Odisha Link
Bridging the Missing Links in Odisha

ମନ୍ତ୍ରୀ, ବିଧାୟକଙ୍କ ମୋଟା ଅଙ୍କର ଦରମା ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବଢ଼ିଲା ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ମୋଟା ଅଙ୍କର ଦରମା ବଢ଼ାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗୁରୁବାର ରାଜ୍ୟ ବିଧାନସଭାରେ ମମତା ବାନାର୍ଜୀ ଦରମା ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି, ଦେଶର ବିଭିନ୍ନ ରାଜ୍ୟରେ ବିଧାୟକମାନଙ୍କ ଦରମା ଯଥେଷ୍ଟ ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ବେଙ୍ଗଲୀ ମନ୍ତ୍ରୀ ଓ ବିଧାୟକମାନଙ୍କ ଦରମା ବଢ଼ା ଯାଇଛି।

ଆଜି କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ ବିଧାୟକମାନଙ୍କ ଦରମା ମାସିକ ୪୦ ହଜାର ଟଙ୍କା ଲେଖାଏ ବୃଦ୍ଧି କରାଇଛନ୍ତିି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଏଣିକି ବିଧାୟକମାନେ ମାସକୁ ୫୦ ହଜାର ଟଙ୍କା ଲେଖାଏ ପାଇବେ। ପୂର୍ବରୁ ସେମାନଙ୍କୁ ୧୦ ହଜାର ଟଙ୍କା ଦରମା ବାବଦରେ ମିଳୁଥିଲା। ସେହିପରି ରାଷ୍ଟ୍ରମନ୍ତ୍ରୀମାନଙ୍କ ଦରମା ୧୦,୯୦୦ ଟଙ୍କାରୁ ବଢ଼ି ୫୦,୯୦୦ ଟଙ୍କା ଓ କ୍ୟାବିନେଟ ମନ୍ତ୍ରୀମାନେ ମାସିକ ୧୧ ହଜାର ଟଙ୍କା ବଦଳରେ ୫୧ ହଜାର ଟଙ୍କା ଲେଖାଏ ପାଇବେ।

ଦରମା ବାଦ ବିଧାୟକ ଓ ମନ୍ତ୍ରୀମାନଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ଏବଂ ଅନୁଦାନ ପରିମାଣ ସମାନ ରହିଛି। ଏହାର ଅର୍ଥ ବିଧାୟକମାନେ ଦରମା ଓ ଭତ୍ତାକୁ ମିଶାଇ ଏଣିକି ମାସକୁ ୧.୨୧ ଲକ୍ଷ ଟଙ୍କା ପାଇବେ। ପୂର୍ବରୁ ସେମାନଙ୍କୁ ୮୧ ହଜାର ଟଙ୍କା ଲେଖାଏ ମିଳୁଥିଲା। ସେହିପରି ମନ୍ତ୍ରୀମାନେ ମାସକୁ ୧.୧୦ ଲକ୍ଷ ବଦଳରେ ପ୍ରାୟ ୧.୫୦ ଲକ୍ଷ ଟଙ୍କା ପାଇବେ।

Leave A Reply

Your email address will not be published.