Odisha Link
Bridging the Missing Links in Odisha

ଆଗକୁ ସାଧାରଣ ନିର୍ବାଚନ; ଆସନ୍ତା ୧ରେ କଂଗ୍ରେସ କରିବ ତୁଳସୀ ଯାତ୍ରା

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ରାଜ୍ୟ କଂଗ୍ରେସ ଓ ବିଜେପି ମଧ୍ୟରେ ଏକ ପ୍ରକାର ଛକାପଞ୍ଝା ଚାଲିଛି। ତେବେ ଏହାରି ମଧ୍ୟରେ ବିଜେପିର ‘ମୋ ମାଟି ମୋ ଦେଶ’ ଅମୃତ କଳସ ଯାତ୍ରା ପରେ କଂଗ୍ରେସ ତୁଳସୀ ଯାତ୍ରା କରିବ ବୋଲି ଖବର ସାମ୍ନାକୁ ଆସିଛି।

ଡିସେମ୍ବର ୧ରୁ କଂଗ୍ରେସ ପକ୍ଷରୁ ତୁଳସୀ ଯାତ୍ରା କରାଯିବ। ଗାଆଁ, ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାରୁ ତୁଳସୀ କଂଗ୍ରେସ ଭବନ ଆସିବ। କଂଗ୍ରେସ କର୍ମୀ ସଂଗ୍ରହ କରିବେ ତୁଳସୀ। ପୋଷ୍ଟାଲରେ ବି ଲୋକେ ତୁଳସୀ ପଠାଇପାରିବେ। ସଂଗ୍ରହ ପରେ ଭୁବନେଶ୍ବରରୁ ତୁଳସୀ ପୁରୀ ଯିବ। ରାଜଧାନୀରୁ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ଏହି ତୁଳସୀ ଯାତ୍ରା କରାଯିବ।