Odisha Link
Bridging the Missing Links in Odisha

ଅପରାଧର ବର୍ଷେ ପରେ ଦୋଷୀଙ୍କୁ ମିଳିଲା ଦଣ୍ଡ; ୧ ଲକ୍ଷ ଟଙ୍କା ଜରିମାନା ସହ ୨୦ ବର୍ଷ ଜେଲ୍‌

ଓଏଲ୍‌ ବ୍ୟୁରୋ: କଣ୍ଟାବାଂଜିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଅପରାଧର ଏକ ବର୍ଷ ପରେ ଏହି ମାମଲାରେ ୨ ଦୋଷୀଙ୍କୁ ସଜା ଦିଆଯାଇଛି। ୨ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌ ଦେଲେ କଣ୍ଟାବାଂଜି ଏଡିଜେ। ୨୦ ବର୍ଷ ଜେଲ୍‌ ସହ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ୨୦୨୨ ନଭେମ୍ବରରେ ତୁରେଇକେଲା ଅଞ୍ଚଳରେ ଘଟିଥିଲା ଗଣଦୁଷ୍କର୍ମ। ଧନୁଯାତ୍ରା ଦେଖିବାକୁ ଯାଇଥିବା ଯୁବତୀ ଗଣଦୁଷ୍କର୍ମ ଶିକାର ହୋଇଥିଲେ। ଏନେଇ ଅଭିଯୋଗ କ୍ରମେ ତଦନ୍ତ ହୋଇଥିଲା।

Leave A Reply

Your email address will not be published.