Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼; ବୟସ୍କ ଶ୍ରଦ୍ଧାଳୁଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

ଓଏଲ୍‌ ବ୍ୟୁରୋ: ହିନ୍ଦୁ ଧର୍ମର ଧାର୍ମିକ ମାସ ଯାହାକୁ କାର୍ତ୍ତିକ ମାସ ବୋଲି କୁହାଯାଏ। କାର୍ତ୍ତିକ ମାସ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼। ଧର୍ମମାସ କାର୍ତ୍ତିକରେ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି ଜମିଛି। ଆଉ ୫-୬ ଦିନ ପରେ କାର୍ତ୍ତିକ ମାସ ଶେଷ ହେବ। ଯାହାଫଳରେ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ପୁରୀ ଶ୍ରୀମନ୍ଦିରରେ ବୟସ୍କ ଶ୍ରଦ୍ଧାଳୁଙ୍କ ପାଇଁ ହେବ ସ୍ୱତନ୍ତ୍ର ସେଡ୍ ବ୍ୟବସ୍ଥା। ଏପରିକି ପାଣି ଯୋଗାଇ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତିି ନେଇଛି। ପରିଚାଳନା କମିଟି ସଦସ୍ୟ ଓ ଉଚ୍ଚ ପଦାଧିକାରୀଙ୍କୁ ନେଇ ବୈଠକ ପରେ ଏଭଳି ନିଷ୍ପତ୍ତିି ହୋଇଛି। ବୈଠକରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା ହୋଇଛି।

ଜଗା ଦର୍ଶନ ପାଇଁ ଆସୁଥିବା ବୟସ୍କ ଓ ଅସୁସ୍ଥଙ୍କ ବିଶ୍ରାମ ପାଇଁ ସ୍ୱତନ୍ତ୍ର ସେଡ୍ ହେବ। ଶ୍ରୀମନ୍ଦିର ବାହାରେ ଧାଡିରେ ଅପେକ୍ଷା କରୁଥିବା ବୟସ୍କ ଶ୍ରଦ୍ଧାଳୁଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ। ଏପରିକି ବୟସ୍କଙ୍କ ପାଇଁ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା ହେବ ବୋଲି ଘୋଷଣା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାସ।

ପ୍ରବଳ ଭିଡ଼ ଯୋଗୁ ଦର୍ଶନ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା କିଛି ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡ଼ିଥିଲେ। ଏହାକୁ ଦୃଷ୍ଟିରେ ରଖି ବୟସ୍କ ଓ ରୋଗାକ୍ରାନ୍ତ ଲୋକଙ୍କୁ ଏବେ ପୁରୀ ନଆସିବାକୁ ଅନୁରୋଧ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। ଯାହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ମିଳିଥିଲେ।

ଭିଡ ପାଇଁ ବୟସ୍କ ଓ ରୋଗାଗ୍ରସ୍ତଙ୍କୁ ଶ୍ରୀମନ୍ଦିର ନଆସିବା ପାଇଁ କହିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସେ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନରୁ ଦୂରେଇ ରଖିବା ମୋର ଉଦ୍ଦେଶ୍ୟ ନୁହେଁ। ଗତ ବର୍ଷ ଅପେକ୍ଷା କାର୍ତିକରେ ଶ୍ରଦ୍ଧାଳୁଙ୍କ ଭିଡ ବଢିଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଥିବା ରଂଜନ ଦାସ କହିଛନ୍ତି।

Leave A Reply

Your email address will not be published.