Odisha Link
Bridging the Missing Links in Odisha

ରେକର୍ଡ ଭାଙ୍ଗିଲା ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା; ୫ ବର୍ଷରେ ଗଲାଣି ୨୫ ହଜାରରୁ ଅଧିକ ଜୀବନ

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନ। ତୃତୀୟ ଦିନରେ ବେଶ୍ ଗୃହ ସରଗରମ ରହିଛି। ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ଗୃହରେ କୁସୁମ ଟେଟେଙ୍କ ପ୍ରଶ୍ନରେ ପରିବହନ ମନ୍ତ୍ରୀ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ୫ ବର୍ଷରେ ରେକର୍ଡ ଭାଙ୍ଗିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ।

୫ ବର୍ଷରେ ୫୪ ହଜାର ୭୯୦ଟି ସଡ଼କ ଦୁର୍ଘଟଣା ହୋଇଥିବାବେଳେ ୨୫,୯୩୪ ପ୍ରାଣ ହରାଇଛନ୍ତି। ୫ ବର୍ଷରେ ଦୁର୍ଘଟଣାରେ ୫୧,୮୭୩ ଜଣ ଆହତ ହୋଇଛନ୍ତି। ଗତବର୍ଷ କେବଳ ୫ ହଜାର ୪୬୭ ଜଣଙ୍କ ମୃତ୍ୟୁ ହୋଇଛି। ସଚେତନତା ବାବଦରେ ୫ ବର୍ଷରେ ୭୯.୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ସୂଚନା ଅନୁସାରେ, ପୂର୍ବରୁ ୨୦୨୨ରେ ଘଟିଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହାରର ରିପୋର୍ଟ ଆସିଥିଲା। ଏହି ରିପୋର୍ଟ ଅନୁସାରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇଛି। ୨୦୨୧ ତୁଳନାରେ ୨୦୨୨ରେ ୧୧.୯ ପ୍ରତିଶତ ସଡ଼କ ଦୁର୍ଘଟଣା ବଢିଛି। ମିଳିଥିବା ରିପୋର୍ଟ ଅନୁସାରେ, ୨୦୨୨ରେ ଦେଶରେ ୪,୬୧,୩୧୨ ସଡ଼କ ଦୁର୍ଘଟଣା ହୋଇଛି।

ଦୁର୍ଘଟଣାରେ ୧ ଲକ୍ଷରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୪ ଲକ୍ଷ ଆହତ ହୋଇଛନ୍ତି। ୨୦୨୧ ତୁଳନାରେ ୨୦୨୨ରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୯.୪ ପ୍ରତିଶତ ବଢିଛି। ଆହତଙ୍କ ସଂଖ୍ୟା ୧୫.୩ ପ୍ରତଶତ ବୃଦ୍ଧି ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟ ହିସାବରେ ଦୈନିକ ୧୨୬୪ ଦୁର୍ଘଟଣା ଘଟୁଥିବାବେଳେ ୪୬୨ ଜଣଙ୍କ ମୃତ୍ୟୁ ହେଉଛି।

Leave A Reply

Your email address will not be published.