Odisha Link
Bridging the Missing Links in Odisha

୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ଉତ୍ତରକାଶୀ ଟନେଲରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ପରିବାର ସଦସ୍ୟ

ଓଏଲ୍‌ ବ୍ୟୁରୋ: ଉତ୍ତରକାଶୀ ଟନେଲ ଟ୍ରାଜେଡିକୁ ୧୪ ଦିନ ବିତିଲାଣି। ଚାଲିଛି ଉଦ୍ଧାର କାର୍ଯ୍ୟ। ହେଲେ ଏପର୍ଯ୍ୟନ୍ତ ଅନ୍ଧାରି ଟନେଲରୁ ବାହାରକୁ ବାହାରି ପାରିନାହାନ୍ତି ଶ୍ରମିକମାନେ। ଏଥିରେ ଓଡ଼ିଶାର ୫ ଜଣ ଶ୍ରମିକ ମଧ୍ୟ ରହିଛନ୍ତି। ଏସବୁ ମଧ୍ୟରେ ଉତ୍ତରାଖଣ୍ଡ ଉତ୍ତର କାଶୀରେ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟମାନେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି।

ଉଦ୍ଧାର ନେଇ ପରିବାର ଲୋକଙ୍କୁ ଆଶ୍ୱାସନା ଦେବା ସହ ସେମାନଙ୍କର ଉତ୍ତରକାଶୀ ଯିବାର ବ୍ୟବସ୍ଥା କରିଛନ୍ତି ସରକାର। ନବୀନ ନିବାସରେ ଶ୍ରମିକଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଶ୍ରମିକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଅବଗତ କରାଯାଇଛି।

ଉତ୍ତରକାଶୀ ଟନେଲରେ ଫସି ରହିଥିବା ୪୧ ଶ୍ରମିକଙ୍କ ମଧ୍ୟରୁ ଓଡ଼ିଶାର ୫ ଜଣ ଶ୍ରମିକ ରହିଛନ୍ତି। ରାଜ୍ୟ ସରକାରଙ୍କ ଅଫିସର ଓ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମିକଙ୍କ ପରିବାର ସଦସ୍ୟମାନଙ୍କୁ ରାଜ୍ୟ ସରକାର ଉତ୍ତରକାଶୀକୁ ନେବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ସେମାନେ ହେଲେ ନବରଙ୍ଗପୁର ଜିଲ୍ଲାର ଫୁଲଚାନ୍ଦ ଭତ୍ରା, ମୟୁରଭଂଜ ଜିଲ୍ଲାର ବିମଳା ନାୟକ, ଚିତ୍ତରଂଜନ ନାୟକ। ପୂର୍ବରୁ ଅନ୍ୟ ଦୁଇ ଶ୍ରମିକଙ୍କ ପରିବାର ଉତ୍ତରକାଶୀ ରେ ପହଂଚି ସାରିଛନ୍ତି।। ଏହାଦ୍ବାରା ଉଦ୍ଧାର ପରେ ଫସି ରହିଥିବା ଶ୍ରମିକମାନେ ସେମାନଙ୍କ ପରିବାରବର୍ଗଙ୍କୁ ଭେଟି ପାରିବେ।

Leave A Reply

Your email address will not be published.