Odisha Link
Bridging the Missing Links in Odisha

ସମ୍ବିଧାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସୋଆ ଛାତ୍ରଛାତ୍ରୀଙ୍କ ନାଟକ ପରିବେଷଣ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ୍‌ (ସ୍ନିଲ୍‌) ରେ ଆଇନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ରବିବାର ସମ୍ବିଧାନ ଦିବସ ଅବସରରେ ସମାନତା, ଭ୍ରାତୃତ୍ୱ ଓ ଧର୍ମନିରପେକ୍ଷତାର ନୀତି ଓ ଆଦର୍ଶକୁ ଦର୍ଶାଇ ସହରର ଏକ ଜନଗହଳି ପୂର୍ଣ୍ଣ ସପିଙ୍ଗ୍‌ ମଲ୍‌ରେ ଏକ ନାଟକ ପରିବେଷଣ କରିଥିଲେ। ଲୋକମାନଙ୍କ ମଧ୍ୟରେ ସମ୍ବିଧାନ, ଏହାର ପ୍ରଣୟନ, ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ଇଂରାଜୀ ଏବଂ ହିନ୍ଦୀ ଭାଷାରେ ସମ୍ବିଧାନର ମୁଖବନ୍ଧ ପାଠ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏକ ସୃଜନଶୀଳ କବିତା ମାଧ୍ୟମରେ ସାମ୍ବିଧାନିକ ଅଧିକାରର ଗୁରୁତ୍ୱ, କର୍ତବ୍ୟ ଏବଂ ଭାରତକୁ ଏକ କଲ୍ୟାଣକାରୀ ରାଷ୍ଟ୍ରରେ ପରିଣତ କରିଥିବା ନୀତିର ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସ୍କୁଲ ପିଲାଙ୍କ ସହ ଆଲୋଚନା କରିଥିଲେ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ବିଧାନ ସଂପର୍କରେ ସଚେତନତା ପ୍ରସାର ପାଇଁ ବକ୍ତବ୍ୟ ରଖିଥିଲେ। ସ୍ନିଲ୍‌ର ଜଣେ ଆସୋସିଏଟ୍‌ ପ୍ର୍ରଫେସର କହିଥିଲେ ଏହା ଦର୍ଶାଉଛି ଯେ ପ୍ରତ୍ୟେକ ନାଗରିକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଜ୍ଞାନର ପ୍ରସାର ନିମନ୍ତେ ଶିକ୍ଷାନୁଷ୍ଠାନ ଗୁଡିକ କିଭଳି ସକ୍ରିୟ ଯୋଗଦାନ ଦେଇପାରିବେ।

Leave A Reply

Your email address will not be published.