Odisha Link
Bridging the Missing Links in Odisha

ଉତ୍ତରକାଶୀ ଟନେଲ ଟ୍ରାଜେଡି: ୧୬ ଦିନରେ ଉଦ୍ଧାରକାର୍ଯ୍ୟ; ଆହୁରି ୧୦୦ ଘଣ୍ଟା

ଓଏଲ୍‌ ବ୍ୟୁରୋ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଫସିରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ବିଭିନ୍ନ ପ୍ରକାର ବାଧା ଦେଖିବାକୁ ମିଳୁଛି। ଉଦ୍ଧାର କାର୍ଯ୍ୟ ୧୬ ଦିନରେ ପହଁଞ୍ଚିଥିବାବେଳେ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ସେନାର ସହାୟତା ନିଆଯାଇଛି। ସେନାର ଯବାନମାନେ ଯନ୍ତ୍ରପାତି ସହିତ ଘଟଣାସ୍ଥଳରେ ପହଁଞ୍ଚିଛନ୍ତି। ଆବର୍ଜନା ଭିତରୁ ଖନନ ସମୟରେ ଭାଙ୍ଗି ଯାଇଥିବା ଅଗର ମେସିନକୁ କାଢ଼ିବା ପାଇଁ ସେମାନେ ଇତିମଧ୍ୟରେ କାମ ଆରମ୍ଭ କରିଦେଇଛନ୍ତି।

ଅନ୍ୟପକ୍ଷରେ ଶ୍ରମିକମାନଙ୍କୁ ଉଦ୍ଧାର କରିବା ଲାଗି ବିକଳ୍ପ ସ୍ବରୂପ ପାହାଡ଼ ଉପରୁ ଭର୍ଟିକାଲ ଡ୍ରିଲିଂ ବା ଭୂଲମ୍ବ ଖନନ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ୧୯.୨ ମିଟର ଖୋଳା ଯାଇଛି। ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଧିକାରୀ ମାନେ କହିଛନ୍ତି, ଯଦି ଉଦ୍ଧାରକାର୍ଯ୍ୟରେ କୌଣସି ବାଧା ସୃଷ୍ଟି ନହୁଏ ତେବେ ୧୦୦ ଘଣ୍ଟା ଅର୍ଥାତ ଆଉ ୪ ଦିନ ମଧ୍ୟରେ ଶ୍ରମିକମାନଙ୍କ ପାଖରେ ପହଁଞ୍ଚିପାରିବୁ। ଶ୍ରମିକମାନଙ୍କୁ ଉଦ୍ଧାର କରିବା ଲାଗି ଏହା ହେଉଛି ସବୁଠାରୁ ସୁରକ୍ଷିତ ମାର୍ଗ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଆଜି ରାତି ପର୍ଯ୍ୟନ୍ତ ୪୫ ମିଟର ଡ୍ରିଲିଂ କରିବାକୁ ଆଶା ରଖିଛୁ ବୋଲି ଉଦ୍ଧାରକାରୀ ଦଳ କହିଛନ୍ତିତ। ଏହାପରେ ଡ୍ରିଲିଂ ପାଇଁ ଆଉ ଏକ ମେସିନ୍‌ର ବ୍ୟହାର କରାଯିବ। ଭୂଲମ୍ବ ଖନନ ଖନନ ବଳରେ ୬୦ ମିଟର ପର୍ଯ୍ୟନ୍ତ ଏକ ୬ ଇଞ୍ଚର ଖାଦ୍ୟନଳୀ ଶ୍ରମିକମାନଙ୍କ ନିକଟକୁ ପଠାଇଛନ୍ତି ଉଦ୍ଧାରକାରୀ ଦଳ।

ଟନେଲରେ ଫସିରହିଥିବା ଶ୍ରମିକମାନଙ୍କ ପାଖରେ ପହଁଞ୍ଚିବା ପାଇଁ ଯେଉଁ ଯୋଜନା ହୋଇଥିଲା ତାହା ବିଫଳ ହେବା ପରେ ପ୍ଲାନ୍‌ ବି ବଳରେ ଭୂଲମ୍ବ ଖନନ ଯୋଜନା କରାଯାଇ ଉଦ୍ଧାରକାର୍ଯ୍ୟ କରାଯାଉଛି। ଉଦ୍ଧାରକାର୍ଯ୍ୟ ସତଲୁଜ ବିଦ୍ୟୁତ ନିଗମ ଲିମିଟେଡ ପକ୍ଷରୁ କରାଯାଉଛି। ଏହାପୂର୍ବରୁ ବର୍ଡର ରୋଡ ଅର୍ଗାନାଇଜେସନ୍‌ର ଯବାନ ମାନେ ଗଛ କାଟି ପାହାଡ଼ର ଉପରମୁଣ୍ଡ ଯାଏଁ ରାସ୍ତା ତିଆରି କରିଥିଲେ।

Leave A Reply

Your email address will not be published.