Odisha Link
Bridging the Missing Links in Odisha

ଆଜିଠୁ ବାଲିଯାତ୍ରା: ୮ ଦିନ ପର୍ଯ୍ୟନ୍ତ ଚାଲିବ ଯାତ୍ରା, ଆକର୍ଷଣ ଫିସ୍ ଆକ୍ବାରିୟମ ଟନେଲ

ଓଏଲ୍‌ ବ୍ୟୁରୋ: ଆଜି ସଂନ୍ଧ୍ୟାରୁ ଆରମ୍ଭ ହେବ ଐତିହାସକ କଟକ ବାଲିଯାତ୍ରା। ନୌବାଣିଜ୍ୟ ପରମ୍ପରାର ସ୍ମୃତି ଓ ସ୍ମାରକୀ ବହନ କରୁଥିବା ଏହି ବାଲିଯାତ୍ରା ଆଜି ସଂନ୍ଧ୍ୟାରେ ଉଦଘାଟିତ ହେବ। ଏଥର ମୋଟ ୮ଦିନର ଯାତ୍ରା ହେବ। ଚଳିତ ବର୍ଷ ୧୪ଶହରୁ ଅଧିକ ଷ୍ଟଲ ହୋଇଥିବା ବେଳେ ଓରମାସ ପକ୍ଷରୁ ୪ଶହରୁ ଅଧିକ ଷ୍ଟଲ କରାଯାଇଛି।

ଚଳିତ ବର୍ଷ ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ସାଜିବ ରାଜ୍ୟର ପ୍ରଥମ ଥର ପାଇଁ ହେଉଥିବା ଫିସ୍ ଆକ୍ବାରିୟମ ଟନେଲ। କଟକ-ଇନ-କଟକ ପ୍ୟାଭିଲିୟନରେ ଗାଁ ସଂସ୍କୃତି, ପରମ୍ପରା ଆଦିକୁ ସ୍ଥାନ ଦିଆଯାଇଛି। ଏଥିସହିତ ୩୦ ଫୁଟ୍ ଉଚ୍ଚର ବାଲୁକା କଳା ସହ ଏଲଇଡି ଲାଇଟ୍, ଲେଜର ଶୋ’ ଆଦି କରାଯାଇଛି।

ସବୁଠୁ ବଡ଼କଥା ହେଲା ଏଥର ଧୁଳି ଫ୍ରି ବାଲିଯାତ୍ରା ପାଇଁ ପଡିଆରେ ସ୍ୱତନ୍ତ୍ର କେମିକାଲ ବ୍ୟବହାର କରିବାକୁ ବ୍ୟବସ୍ଥା ହୋଇଛି।ସେହପରି ଭଳିକି ଭଳି ଜିନିଷ ସାଙ୍ଗକୁ ଖାଦ୍ୟପେୟ ଷ୍ଟଲ ଏହା ଭିତରେ ଭରି ରହିଛି। ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନିମନ୍ତେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Leave A Reply

Your email address will not be published.