Odisha Link
Bridging the Missing Links in Odisha

ବଢିବ ଶୀତର ପ୍ରକୋପ! ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ

ଓଏଲ୍‌ ବ୍ୟୁରୋ: ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ପଶ୍ଚିମ ଉତ୍ତର ଦିଗରେ ଗତି କରି ଅବପାତ ରୂପ ନେବ। ୨୯ରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତ ରୂପ ନେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ବାତ୍ୟା ସମ୍ଭାବନା ରହିଛି। ତେବେ ଓଡ଼ିଶାର ଏହାର କେତେ ପରିମାଣର ପ୍ରଭାବ ରହିଛି କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ସୂଚନା ଅନୁସାରେ, ଦକ୍ଷିଣ-ଆଣ୍ଡାମାନ ସାଗର ଓ ତାହାର ପାଶ୍ବବର୍ତ୍ତି ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ଆସନ୍ତା ୨୯ ତାରିଖରେ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଯାହା ଦ୍ୱାରା ବର୍ଷ ହେବାର ଆଶଙ୍କା କରାଯାଉଛି। ବର୍ଷା ହେଲେ ଶୀତର ପରିମାଣ ଆହୁରି ବୃଦ୍ଧି ହେବ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.