Odisha Link
Bridging the Missing Links in Odisha

ସୋଆ ହୋଟେଲ ମ୍ୟାନେଜମେଂଟ ଇନ୍‌ଷ୍ଟିଚ୍ୟୁଟ୍‌କୁ ଟାଇମ୍‌ସ ହସ୍ପିଟାଲିଟି ଆଇକନ୍‌ ସମ୍ମାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍‌ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍‌ ମ୍ୟାନେଜମେଂଟ, ସ୍କୁଲ୍‌ ଅଫ୍‌ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌)କୁ ଏଠାରେ ମଙ୍ଗଳବାର ଆୟୋଜିତ ଟାଇମସ ହସ୍ପିଟାଲିଟି ଆଇକନ୍ସ କାର୍ଯ୍ୟକ୍ରମରେ ଆଇକନିକ୍‌ ହସ୍ପିଟାଲିଟି ମ୍ୟାନେଜମେଂଟ ଇନ୍‌ଷ୍ଟିଚ୍ୟୁଟ୍‌ ୨୦୨୩ ସମ୍ମାନ ପ୍ରଦାନ କରାଯାଇଛି। ଏସ୍‌ଏଚ୍‌ଏମ୍‌ ପକ୍ଷରୁ ଡିନ୍‌ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ବଲିଉଡ୍‌ ଅଭିନେତ୍ରୀ ସମୀତା ସେଟ୍ଟୀଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଓଡ଼ିଶା ରେସ୍ତୋରା ସଂଘର ଉପସଭାପତି ସମୀର ହାଂସ ଓ ସ୍ୱସ୍ତି ଗ୍ରୁପ୍‌ ଅଫ୍‌ ହୋଟେଲ୍ସର ଉପସଭାପତି ପ୍ରିୟନାଥ ବେହେରାଙ୍କ ସହିତ ଏକ ଆଲୋଚନା ବେଳେ ପ୍ରଫେସର ଚଇନି ଓଡ଼ିଶାର ହସ୍ପିଟାଲିଟି ଶିଳ୍ପ କ୍ଷେତ୍ର ତଥା ଏସ୍‌ଏଚ୍‌ଏମ୍‌ ଭଳି ଶିକ୍ଷାନୁଷ୍ଠାନର ଏଥିରେ ଯୋଗଦାନ ବିଷୟରେ ଆଲୋକପାତ କରିଥିଲେ।

Leave A Reply

Your email address will not be published.