Odisha Link
Bridging the Missing Links in Odisha

ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ, ମୁମ୍ବାଇକୁ ୫ଟି ଟାଇଟଲ ଜିତେଇଥିବା ରୋହିତଙ୍କ ସ୍ଥାନ ନେବେ

ଓଏଲ୍‌ ବ୍ୟୁରୋ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୪ରେ ୫ଥରର ଟାଇଟଲ୍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେଲେ ଭାରତୀୟ ଟିମ୍‌ର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ମୁମ୍ବାଇକୁ ୫ଥର ବିଜୟ ମୁକୁଟ ପିନ୍ଧାଇଥିବା ରୋହିତ ଶର୍ମାଙ୍କ ସ୍ଥାନ ନେଲେ ହାର୍ଦ୍ଦିକ।ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ପାଣ୍ଡ୍ୟା ନିକଟରେ ଗୁଜରାଟ ଟାଇଟାନ୍ସ ଛାଡି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ। ସେ ଗତ ଦୁଇ ସିଜିନରେ ଟାଇଟନ୍ସର ଅଧିନାୟକ ଥିଲେ। ଏହି ସମୟ ମଧ୍ୟରେ ଟାଇଟନ୍ସକୁ ୨୦୨୨ରେ ଚାମ୍ପିଅନ୍ ଏବଂ ୨୦୨୩ରେ ରନର୍ସ ଅପ୍ କରାଇଥିଲେ। କିନ୍ତୁ ତାଙ୍କର ଆଇପିଏଲ୍ କ୍ୟାରିଅର୍ ମୁମ୍ବାଇ ଇଣ୍ଡିଆନ୍ସରୁ ହିଁ ଆରମ୍ଭ ହୋଇଥିଲା। ୨୦୨୪ରେ ସେ ନିଜର ପୁରୁଣା ଟିମ୍ ମୁମ୍ବାଇର ମଙ୍ଗ ଧରିବାକୁ ଯାଉଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସର ଗ୍ଲୋବାଲ ପର୍ଫମାନ୍ସ ମୁଖ୍ୟ ମହେଲା ଜୟବର୍ଦ୍ଧେନେ କହିଛନ୍ତି, ଦଳକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ରଖିବା ପାଇଁ ଏହା ଏକ ପରିବର୍ତ୍ତନ। ସଚିନଙ୍କଠାରୁ ହରଭଜନ ଏବଂ ରିକିଙ୍କଠାରୁ ରୋହିତଙ୍କ ପର୍ଯ୍ୟନ୍ତ ସମସ୍ତେ ମୁମ୍ବାଇ ଇଣ୍ଡିଆନ୍ସକୁ ଅତୁଳନୀୟ ନେତୃତ୍ୱ ଦେଇଛନ୍ତି। ଏହି ପରିବର୍ତ୍ତନ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଇପିଏଲ୍ ୨୦୨୪ ସିଜିନ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ ଦିଆଯାଉଛି।

ସୂଚନାଥାଉକି, ରୋହିତ ଶର୍ମା ୨୦୧୩ରେ ମୁମ୍ବାଇ ଟିମର ଅଧିନାୟକ ହୋଇଥିଲେ। ତାଙ୍କ ନେତୃତ୍ୱରେ ମୁମ୍ବାଇ ପାଞ୍ଚ ଥର ଆଇପିଏଲ୍ ଟ୍ରଫି ଜିତିଥିଲା। ତେବେ ବର୍ତ୍ତମାନ ରୋହିତ ମୁମ୍ବାଇର ଅଧିନାୟକ ପଦ ହରାଇଛନ୍ତି। କିନ୍ତୁ ସେ ଦଳ ସହ ରହିବେ। ଜଣେ ସାଧାରଣ ଖେଳାଳି ଭାବେ ସେ ୨୦୨୪ ଆଇପିଏଲ ସିଜିନରେ ନଜର ଆସିବେ। ଏଥିସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକତ୍ୱରେ ସହାୟତା ମଧ୍ୟ କରିବେ ବୋଲି ଟିମ୍ ପରିଚାଳନା ବିଭାଗ ସୂଚନା ଦେଇଛି।

Leave A Reply

Your email address will not be published.