Odisha Link
Bridging the Missing Links in Odisha

୩୧ତମ ଜିଲ୍ଲା ଘୋଷଣା କରିବେ ନବୀନ!

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବାଜିଲାଣି ବିଗୁଲ। ରାଜ୍ୟର ୩ ପ୍ରମୁଖ ଦଳ ଆରମ୍ଭ କରିଲେଣି ରଣନୀତି। ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଦିଲ୍ଲୀରେ ଓଡ଼ିଶା ଦଖଲ ପାଇଁ କରୁଛନ୍ତି ପ୍ରସ୍ତୁତି। ଅନ୍ୟପଟେ ଦେଶର ସବୁଠି ଚର୍ଚ୍ଚାରେ ରହୁଥିବା ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଲଗାତାର ୬ଷ୍ଠ ଥର ପାଇଁ ବିଜୟ ମୁକୁଟ ପିନ୍ଧିବା ପାଇଁ ଆପଣାଇଛି ସ୍ବତନ୍ତ୍ର ରଣନୀତି। କଥା ନୁହେଁ କାମରେ ବିଶ୍ବାସ ରଖୁଥିବା  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖେଳିଛନ୍ତି ମାଷ୍ଟର ଷ୍ଟ୍ରୋକ୍।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଖୁବଶୀଘ୍ର ପଦ୍ମପୁରବାସୀଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି। କାରଣ ୨୦୨୨ ଡିସେମ୍ବରରେ ପଦ୍ମପୁର ଉପନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରକୁ ଜିଲ୍ଲ୍ୟା ମାନ୍ୟତା ଦବା ପାଇଁ ପଦ୍ମପୁରବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଠିକ୍‌ ବର୍ଷକରେ ହିଁ ଏହି ପ୍ରତିଶ୍ରୁତି ପୂରଣ କରିବେ ନବୀନ। ଆସନ୍ତା ୩୦ ତାରିଖରେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଯିବ। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବଡ଼ ଘୋଷଣା କରିବେ ବୋଲି ସୂଚନା ରହିଛି।

ପଦ୍ମପୁରକୁ ନୂଆ ଜିଲ୍ଲା ଘୋଷଣା ପାଇଁ ଆନୁଷଙ୍ଗିକ କାମ ସରିଛି। ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଇଁ ଜମି ଚିହ୍ନଟ ମଧ୍ୟ ସରିଛି। ଯେ କୌଣସିମତେ ଡିସେମ୍ବର ୩୧ ପୂର୍ବରୁ ଜିଲ୍ଲା ଘୋଷଣା ପାଇଁ ସବୁ କାମ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତତ୍ପରତା ପ୍ରକାଶ ସହ ଆନୁଷଙ୍ଗିକ ବିଭାଗକୁ ନିର୍ଦ୍ଦେଶ ଦେଇଥିଲା। ଏଥିପାଇଁ ସରକାର ୩୦ରେ ରାଜ୍ୟ କ୍ୟାବିନେଟର ସ୍ୱତନ୍ତ୍ର ବୈଠକ ଡାକିଛନ୍ତି। କ୍ୟାବିନେଟ୍‌ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତାକୁ ମୋହର ମାରିବା ପରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।

ଗତ ଡିସେମ୍ବରରେ ହୋଇଥିବା ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ପରେ ଗତ ଫେବୃଆରୀ ୧୯ ତାରିଖରେ ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ବହୁ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ ବେଳେ ପଦ୍ମପୁରବାସୀଙ୍କୁ ପ୍ରତିଶ୍ରୁତି ଦୋହରାଇ ଡିସେମ୍ବର ୨୦୨୩ ସୁଦ୍ଧା ନିଶ୍ଚିତ ଜିଲ୍ଲା ହେବ ବୋଲି କହିଥିଲେ ।

Leave A Reply

Your email address will not be published.