Odisha Link
Bridging the Missing Links in Odisha

ମାତିଛନ୍ତି ଦୁର୍ବୁତ୍ତ; ପୂର୍ବତନ ସିଡିଏମଓଙ୍କୁ ଛୁରାମାଡ଼

ଓଏଲ୍‌ ବ୍ୟୁରୋ: ଚାରିଆଡେ଼ ମାତିଛନ୍ତି ଦୁର୍ବୁତ୍ତ। ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର ହେଉଛନ୍ତି ସାଧାରଣ ଜନତା। କେତେବେଳେ ଆକ୍ରମଣ କରି କାହା ଜୀବନ ନେଲେଣି ତ ପୁଣି କେତେବେଳେ କେଉଁଠି ଲୁଟପାଟ କଲେଣି। ତେବେ ଭୋରୁ ଘରେ ପଶି ପୂର୍ବତନ ସିଡିଏମଓଙ୍କୁ ଛୁରାମାଡ଼ କରିଥିବା ଖବର ସାମ୍ନାକୁ ଆସିଛି। ଯାଜପୁର ପୂର୍ବତନ ସିଡିଏମଓ ରଘୁନାଥ ପାଢ଼ୀ ଆକ୍ରମଣର ଶିକାର ହୋଇଛନ୍ତି। ଶରୀରର ୭ରୁ ଅଧିକ ସ୍ଥାନରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ସିଡିଏମଓ ରଘୁନାଥ ପାଢ଼ୀଙ୍କୁ ଗୁରୁତର ଅଵସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ଚୋରି ପାଇଁ ଘରେ ପଶିଥିବା ସନ୍ଦେହ କରାଯାଉଛି।