Odisha Link
Bridging the Missing Links in Odisha

କଲବଲ କରୁଛି ଘନ କୁହୁଡ଼ି, ୧୫ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମିଛି ଶୀତ। ହେଲେ କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଥିଲା ମୁସ୍କିଲ। ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା। ଘନ କୁହୁଡି ଯୋଗୁଁ ଅନେକ ସ୍ଥାନରେ ଦୁର୍ଘଟଣା ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।

ରାଜ୍ୟରେ ଘନ କୁହୁଡ଼ି ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅନୁଗୁଳ, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି। ଏପରିକି ୫୦ ମିଟର ପର୍ଯ୍ୟନ୍ତ ଖସିଯାଇପାରେ ଭିଜିବିଲିଟି। ଘନ କୁହୁଡି ଫଳରେ ଲୋକେ କଲବଲ ହେଉଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହେଉଛି