Odisha Link
Bridging the Missing Links in Odisha

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ; ରିକ୍ଟର ସ୍କେଲରେ ତୀବ୍ରତା ୬.୭ ରେକର୍ଡ

ଓଏଲ୍‌ ବ୍ୟୁରୋ: ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ତଲାଉଡ୍‌ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୭ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୮୦ କିଲୋମିଟର ତଳେ ଥିଲା। ଇଣ୍ଡୋନେସିଆର ତଲାଉଡ ଦ୍ୱୀପରେ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ (USGS) କହିଛି ଯେ ଗତ ସପ୍ତାହରେ ଇଣ୍ଡୋନେସିଆର ବଲାଇ ପୁଙ୍ଗୁଟରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି।