Odisha Link
Bridging the Missing Links in Odisha

ଆମେରିକା ରାଷ୍ଟ୍ରପତି ନିର୍ବାଚନ:ଓହରିଲେ ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ୱାମୀ, କହିଲେ-ଟ୍ରମ୍ପ…

ଓଏଲ୍‌ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪ ନଭେମ୍ବର ମାସରେ ଅନୁଷ୍ଠିତ ହେବ। ଏହି ହାଇଭୋଲଟେଜ ନିର୍ବାଚନକୁ ଦେଢ଼ ବର୍ଷରୁ ଅଧିକ ସମୟଥିବା ସତ୍ତ୍ବେ ଏବେଠୁ ଆରମ୍ଭ ହେଲାଣି ଅଙ୍କକଷା। ଭାରତୀୟ-ଆମେରିକୀୟ ଉଦ୍ୟୋଗପତି ବିବେକ ରାମସ୍ବାମୀ ଆମେରିକାର ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଥିଲେ। ହେଲେ ଏବେ ନିଷ୍ପତ୍ତିରୁ ଓହରି ଯାଇଛନ୍ତି ରାମାସ୍ବାମୀ। ସେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ନାହିଁ ବରଂ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି। ଯାହାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି।

Leave A Reply

Your email address will not be published.