Odisha Link
Bridging the Missing Links in Odisha

ବିଲ୍‌କିସ୍‌ ବାନୋ ମାମଲା: ଆତ୍ମସମର୍ପଣ କଲେ ୧୧ ଦୋଷୀ

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ବିଲ୍‌କିସ୍‌ ବାନୋ ମାମଲାରେ ସମ୍ପୃକ୍ତ ୧୧ ଦୋଷୀ ଆତ୍ମସମର୍ପଣ କରିଛନ୍ତି। ଏହି ଘଟଣାରେ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଥିଲେ। ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଥିଲା। କୋର୍ଟଙ୍କ ତରଫରୁ ଦୋଷୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନର ଶୁଣାଣି କରି କଡା ନିର୍ଦ୍ଦେଶ ଦେଇଥିଲେ। ଦୋଷୀମାନେ ଆତ୍ମସମର୍ପଣ କରିବାକୁ ଅଧିକ ସମୟ ମାଗିଥିବା ବେଳେ କୋର୍ଟ ସିଧାସଳଖ ସମୟ ଦେବାକୁ ମନା କରିଦେଇଥିଲେ। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କି, ସମସ୍ତ ଦୋଷୀମାନଙ୍କୁ ଜାନୁଆରୀ ୨୧ ତାରିଖ ସୁଦ୍ଧା କୋର୍ଟରେ ହଜାର ହେବାକୁ ପଡିବ। ତେବେ କୋର୍ଟର ନିର୍ଦ୍ଦେଶ କ୍ରମେ ୧୧ ଦୋଷୀ ଆତ୍ମସମର୍ପଣ କରିଛନ୍ତି।

ସୂଚନା ଅନୁସାରେ, ୨୦୦୨ ଗୁଜରାଟ ଦଙ୍ଗା କାଳରେ ନିଜେ ଗଣଦୁଷ୍କର୍ମର ଶିକାର ହେବା ସହ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିବା ବିଲକିସ୍‌ ବାନୋ ୨୦୨୨ ନଭେମ୍ବରରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦେଶର ଶୀର୍ଷ ଅଦାଲତରେ ସେ କରିଥିବା ଆବେଦନରେ କହିଥିଲେ ଯେ ଏହି ଜଘନ୍ୟ ଅପରାଧରେ ସଂପୃକ୍ତ ଅପରାଧୀମାନଙ୍କର ସରକାର ଦଣ୍ଡଛାଡ଼ କରି ସେମାନଙ୍କୁ ମୁକ୍ତ କରିଦେବା ଘଟଣା ସମାଜର ବିବେକକୁ ଦୋହଲାଇ ଦେଇଛି। ଏହା ସହ ଦୋଷୀମାନେ କିଛିିଦିନ ତଳେ ସୁପ୍ରିମକୋର୍ଟରେ ଏକ ଆବେଦନ କରି ଆତ୍ମ ସମର୍ପଣ କରିବାର ସମୟ ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ।

Leave A Reply

Your email address will not be published.