ମହଙ୍ଗା ପଡ଼ିଲା ଆୟ ବହିର୍ଭୂତ ସମ୍ପତ୍ତି; ବନ୍ଧା ହେଲେ କନିଷ୍ଠ ଯନ୍ତ୍ରୀ

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଜଳସେଚନ କନିଷ୍ଠ ଯନ୍ତ୍ରୀ। ଆୟ ବର୍ହିଭୂତ ସଂପତ୍ତି ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ କରାଯାଇଥିଲା। ମାଲକାନଗିରି ଜଳ ସମ୍ପଦ ବିଭାଗର ଅଫିସର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ଘରେ ଏହି ଚଢାଉ କରାଯାଇଥିଲା। ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଚାଲିଥିଲା। ଏହି ଚଢ଼ାଉ ପରେ କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ। ପ୍ରକୃତ ଆୟ ଠାରୁ ୨୩୬% ଅଧିକ ଠୁଳ କରିଥିବା ସୂଚନା ରହିଛି।
ମାଲକାନଗିରି ଅଫିସ ଓ ଘରେ ଭିଜିଲାନ୍ସ ରେଡ୍ କରାଯାଇଥିବାବେଳେ ଜଳେଶ୍ବର, ଭୁବନେଶ୍ବର, ବାଲେଶ୍ବରରେ ବି ରେଡ୍ ଜାରି ହୋଇଥିଲା। ଏହି ଚଢ଼ାଉ ସମୟରେ ଭୁବନେଶ୍ୱରରେ ୩ ମହଲା କୋଠା, ଗୋଟିଏ ଫ୍ଲାଟ ମିଳିଛି। ଜଳେଶ୍ୱରରେ ୧୪ଟି ପ୍ଲଟ, ୧.୪୩ ଲକ୍ଷ କ୍ୟାସ ମଧ୍ୟ ରେଡ୍ରୁ ମିଳିଥିବା ସୂଚନା ରହିଛି।