Odisha Link
Bridging the Missing Links in Odisha

ଦିନିକିଆ ଗଞ୍ଜାମ ଗସ୍ତରେ ୫-ଟି ଅଧ୍ୟକ୍ଷ; ଉନ୍ନୟନମୂଳକ କାର୍ଯ୍ୟକୁ ନେଇ କରିବେ ଆଲୋଚନା

ଓଏଲ୍‌ ବ୍ୟୁରୋ: ଦିନିକିଆ ଗଞ୍ଜାମ ଗସ୍ତରେ ୫-ଟି ଅଧ୍ୟକ୍ଷ। ୪ଟି ବ୍ଲକ ଯାଇ ଲୋକଙ୍କୁ ଭେଟିବେ ଭିକେ ପାଣ୍ଡିଆନ। ପ୍ରଥମେ ପାତ୍ରପୁର ସାମନ୍ତିଆପଲ୍ଲୀ ଖେଳ ପଡ଼ିଆ ଯିବେ। ପାତ୍ରପୁର ପରେ କୁକୁଡ଼ାଖଣ୍ଡି, ଧରାକୋଟ ଯିବେ। ଶେଷରେ ବେଲଗୁଣ୍ଠାରେ କାର୍ଯ୍ୟକ୍ରମ ରହିଛି। ୪ଟି ସ୍ଥାନରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବେ।

ପାନପୋଷ କ୍ରୀଡା ଛାତ୍ରାବାସରେ ଭିକେ ପାଣ୍ଡିଆନ ଛାତ୍ରାବାସ ବୁଲି ଦେଖିବା ସହ ଖେଳାଳିଙ୍କ ସହ ଆଲୋଚନା କରିଛନ୍ତି। କ୍ରୀଡ଼ା ସଚିବ ଭିଲିନ କ୍ରିଷ୍ଣା ଉପସ୍ଥିତ ରହିଥିବା ବେଳେ ମନ୍ତ୍ରୀ ସାରଦା ନାୟକ ଉପସ୍ଥିତ ରହିଛନ୍ତି। ସେହିଭଳି ଗତକାଲି ବିଶ୍ଵର ସର୍ବବୃହତ ହକି ଷ୍ଟାଡିୟମ ବିର୍ସାମୁଣ୍ଡା ଷ୍ଟାଡିୟମରେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ପରିଦର୍ଶନ କରିଥିଲେ।