Odisha Link
Bridging the Missing Links in Odisha

ଖୁବ୍‌ଶୀଘ୍ର କଂଗ୍ରେସ ପ୍ରକାଶ କରିବ ପ୍ରାର୍ଥୀ ତାଲିକା: ପବନ ଖେରା

ଓଏଲ୍‌ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ବିଜେପି ୧୯୫ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଭାରତୀୟ ଜନତା ପାର୍ଟି ପରେ ଖୁବ୍‌ଶୀଘ୍ର କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବା ବୋଲି ପବନ ଖେରା କହିଛନ୍ତି।

ମୋଦି ଓ ନବୀନଙ୍କୁ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ପବନ ଖେରା ଟାର୍ଗେଟ କରିଛନ୍ତି। ପାଣ୍ଡିଆନଙ୍କୁ ୨୪ ଘଣ୍ଟା ଭିତରେ ଭିଆରଏସ୍ ଦେଇଦେଲେ। ଚିଟ୍ ଫଣ୍ଡ, ମାଇନିଙ୍ଗ ସ୍କାମରେ ଓଡ଼ିଶାର କଣ ଲାଭ ହୋଇଛି। କେନ୍ଦ୍ରରେ ମୋଦି ଓ ଏଠି ତାଙ୍କ ବନ୍ଧୁ ଶାସନ କରୁଛନ୍ତି। ବହୁ ବଡ଼ ଲୋକଙ୍କ ନାଁରେ ସିବିଆଇ କେସ୍ ଅଛି, କଣ ହୋଇଛି ତାଙ୍କର। ରାଜ୍ୟରେ ୧୦ରୁ ୧୨ ଲୋକସଭା ଓ ୯୦ ବିଧାନସଭା ସିଟ୍ ପାଇବ କଂଗ୍ରେସ। ଖୁବ୍‌ ଶୀଘ୍ର କଂଗ୍ରେସ ତାର ପ୍ରାର୍ଥୀ ତାଲିକା ପ୍ରକାଶ କରିବ ବୋଲି ପବନ ଖେରା କହିଛନ୍ତି।

Leave A Reply

Your email address will not be published.