ଆଶା କରୁଛି ନବୀନ ବାବୁଙ୍କ ଆଶୀର୍ବାଦ ମୋ ଉପରେ ରହିବ: ଅରବିନ୍ଦ ମହାପାତ୍ର

ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ଲୋକସଭା ନିର୍ବାଚନ ୨୦୨୪କୁ ନେଇ ସମସ୍ତ ଦଳ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶାର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ନବୀନ ନିବାସ ଆସି ବିଜେଡିରେ ସାମିଲ ହେଲେ ଅରବିନ୍ଦ ମହାପାତ୍ର। ପ୍ରତାପ ଦେବ, ଅତନୁ ନାୟକ, ଅଂଶୁମାନ ମହାନ୍ତି ପ୍ରମୁଖ ଉପସ୍ଥିତରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।
ଆଜି ବିଦ୍ଧିବଧଭାବେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ବିଜେଡିରେ ଯୋଗ ଦେଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି। ବିଜେଡିରେ ସାମିଲ ହେବା ପରେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି। ତେବେ ଅରବିନ୍ଦ କହିଛନ୍ତି କି, ପାଟକୁରାର ବିକାଶକୁ ଆଗକୁ ନେବି। ଆଶା କରୁଛି ନବୀନ ବାବୁଙ୍କ ଆଶୀର୍ବାଦ ମୋ ଉପରେ ରହିବ।