ତାତିରୁ ମିଳିଲା ତ୍ରାହି; ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଓଏଲ୍ ବ୍ୟୁରୋ: ଉପାନ୍ତରୁ ଉପକୂଳ ସବୁଠି ଗ୍ରୀଷ୍ମପ୍ରବାହ ରାଜ୍ କରୁଥିବାବେଳେ ହଠାତ କାଳବୈଶାଖୀର ପ୍ରଭାବ ଅସହ୍ୟ ତାତିରୁ ମୁକ୍ତି ଦେଇଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୩୭ ଡ଼ିଗ୍ରୀ ଛୁଇଁଯାଇଥିଲା। ଏହା ପରେ କାଳବୈଶାଖୀ କାରଣରୁ ବର୍ଷା ସହ ପବନ ପ୍ରଭାବରେ ତାତିରୁ ତ୍ରାହି ମିଳିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି। ବୌଦ୍ଧ, କନ୍ଧମାଳ, ରାୟଗଡା, ନବରଙ୍ଗପୁର, ଅନୁଗୁଳ, ନୟାଗଡ, ଢେଙ୍କରନାଳ ଜିଲ୍ଲାପରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କଟକ, ଢେଙ୍କାନାଳ, ଗଞ୍ଜାମ, ଖୋର୍ଦ୍ଧା ଓ କନ୍ଧମାଳ ଜିଲ୍ଳାରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ନେଇ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି।