Odisha Link
Bridging the Missing Links in Odisha

“ମା’ଙ୍କ ନିଧନ ପରେ ଗଙ୍ଗା ହିଁ ହେଉଛନ୍ତି ମୋ ମାଆ”

ଓଏଲ୍‌ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ଲୋକସଭା ଆସନ ପାଇଁ ନାମାଙ୍କନ ଭରିବେ। ଏହା ପୂର୍ବରୁ ବାରଣାସୀର ଦଶାଶ୍ବମେଧ ଘାଟରେ ପୂଜାର୍ଚ୍ଚନା କରିଛନ୍ତି ମୋଦି। ଆଜି ପ୍ରଧାନମନ୍ତ୍ରୀଙ୍କ ପାଇଁ ହେଉଛି ସବୁଠୁ ବଡ଼ ଦିନ। ସେ ୧୧ଟା ୪୦ ମିନିଟରେ ନାମାଙ୍କନ ଭରିବା ନେଇ ସୂଚନା ମିଳିଛି। ପିଏମ୍ ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନାମାଙ୍କନ ସମୟରେ ଉପସ୍ଥିତ ରହିବେ।

ନାମାଙ୍କନ ଭରିବା ପୂର୍ବରୁ ପିଏମ୍‌ ମୋଦି ଭାବୁକ ହୋଇଥିବା ଦେଖା ଯାଇଛି। ଗଙ୍ଗା ନଦୀରେ ପୂଜା ସାରିବା ପରେ ଭାବୁକ ହୋଇ ମୋଦି କହିଛନ୍ତି, ମାଆଙ୍କ ନିଧନ ପରେ ଗଙ୍ଗା ମାତା ହିଁ ମୋ ମାଆ। ମାଆ ଗଙ୍ଗା ମୋତେ କୋଳେଇ ନେଇଛି। ବାରଣାସୀ ସହିତ ମୋର ସମ୍ପର୍କ ବହୁତ ପୁରୁଣା, ମୁଁ ଜଣେ ବାରଣସୀଆ ବୋଲି ମୋଦି କହିଛନ୍ତି।

ମାଆ ହିରାବେନଙ୍କୁ ମନେ ପକାଇ ପିଏମ୍‌ ମୋଦି କହିଛନ୍ତି, ମାଆ ମୋତେ ସବୁବେଳେ ଜୀବନର ଶୁଦ୍ଧତାର ମହତ୍ତ୍ବ କ’ଣ ଶିଖାଉଥିଲା। ଯେବେ ମା’ଙ୍କର ୧୦୦ ତମ ଜନ୍ମଦିନ ଥିଲା। ମୁଁ ତାଙ୍କ ଆଶୀର୍ବାଦ ନେବା ପାଇଁ ଘରେ ପହଁଞ୍ଚିଥିଲି। ସେହି ସମୟରେ ମାଆ ମୋତେ ଏକ ମନ୍ତ୍ର ଦେଇଥିଲେ। ସେ କହିଥିଲେ ଯେ କାମ କର ବୁଦ୍ଧିରେ ଓ ଜୀବନ ଯିଅଁ ଶୁଦ୍ଧିରେ। ଏଭଳି କଥା କେବେ କେହି ପାରିନଥାନ୍ତେ ଯେପରି ମୋ ମାଆ ମୋତେ ବୁଝେଇ ଦେଲା ଜୀବନର ସଂଜ୍ଞା ବୋଲି ପିଏମ୍‌ ମୋଦି କହିଛନ୍ତି।

ଗତକାଲି ନରେନ୍ଦ୍ର ମୋଦି ବାରାଣାସୀରେ ବିରାଟ ରୋଡ ଶୋ କରିଥିଲେ। ଜୁନ୍ ୧ ତାରିଖରେ ଶେଷ ପର୍ଯ୍ୟାୟରେ ବାରଣାସୀରେ ଭୋଟ୍ ପଡ଼ିବ। ଏଥିପାଇଁ ନାମାଙ୍କନ ପ୍ରକ୍ରିୟା ୭ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ତାରିଖ ରହିଛି।