Odisha Link
Bridging the Missing Links in Odisha

ମତଦାନ କେନ୍ଦ୍ରରେ ଅଘଟଣ, ଭୋଟ ଦେବାକୁ ଆସି ଚାଲିଗଲା ବୃଦ୍ଧଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ଅନ୍ତିମ ଚରଣରେ ଗଣତନ୍ତ୍ରର ମହାପର୍ବ। ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ସାମିଲ ହେବା ପାଇଁ ଭୋଟ ଦେଉଛି ଓଡ଼ିଶା। ମତଦାନ ଚାଲିଥିବା ବେଳେ ବାଲେଶ୍ବରରୁ ଆସିଛି ଦୁଃଖଦ ଖବର। ଭୋଟ୍‌ ଦେବାକୁ ଆସିଥିବା ବେଳେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଏପରି ଅଘଟଣ ଘଟିଛି ବାଲେଶ୍ବର ଜିଲ୍ଲାର ନୀଳଗିରିର ଈଶ୍ବରପୁର ୧୫୯ ନଂ ବୁଥରେ। ମୃତକଙ୍କ ପରିଚୟ ମିଳିନଥିବା ଜଣାପଡ଼ିଛି।

ଆଜି ସକାଳେ ବୃଦ୍ଧ ଜଣଙ୍କ ଭୋଟ ଦେବାକୁ ଈଶ୍ୱରପୁର ୧୫୯ ନଂ ବୁଥକୁ ଆସିଥିଲେ। ଏହି ସମୟରେ ସେ ବୁଥରେ ଅଚେତ୍ ହୋଇ ପଡ଼ିଯାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।