ଅସହ୍ୟ ହେଉଛି ତାତି, ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି
ଓଏଲ୍ ବ୍ୟୁରୋ: ତତଲା କଡ଼େଇରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା। ରାଜ୍ୟର କିଛି ସ୍ଥାନରେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ଅନେକ ସ୍ଥାନରେ ତାତି କମିବାରେ ନାଁ ନେଉନି। ଏହି କ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାତି ବଢୁଥିବାବେଳେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅଂଶୁଘାତଜନିତ ମୃତ୍ୟୁକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରୁ ଅଧିକ ହିଟୱେଭ୍ ମାମଲା ଆସୁଛି। କାଲି ସୁଦ୍ଧା ୪୧ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ସ୍ପଷ୍ଟ ହୋଇଛି।