Odisha Link
Bridging the Missing Links in Odisha

ଧର୍ମେନ୍ଦ୍ରଙ୍କ ଗାଡ଼ିରେ ୩ ସ୍ବାଧୀନ ବିଧାୟକ

ଓଏଲ୍‌ ବ୍ୟୁରୋ: କଳ୍ପନା ଜଳ୍ପନାର ଅନ୍ତ ଘଟିଲା। ଓଡ଼ିଶାକୁ ମିଳିଲା ୧୫ତମ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେଲେ ମୋହନ ମାଝୀ। ଏନେଇ ଆଜି ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତି ହୋଇଛି। କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ଓଡ଼ିଶାର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଅପରାହ୍ନ ୫ଟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜନାଥ ସିଂହ ମୋହନ ମାଝୀଙ୍କ ନାମ ଘୋଷଣା କରିବା ପରେ ଉତ୍ସବ ମୁଖର ହୋଇପଡ଼ିଥିଲା ପାର୍ଟି ଅଫିସ୍।

ଏସବୁ ମଧ୍ୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଚଳିତ ନିର୍ବାଚନରେ ବିଜେପି ଟିକେଟ ନପାଇବାରୁ ସ୍ବାଧୀନ ଭାବେ ନିର୍ବାଚନ ଳଢ଼ି ୩ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି। ମାହାଙ୍ଗାର ଶାରଦା ପ୍ରଧାନ, ଧର୍ମଶାଳାର ହିଂମାଶୁ ଶେଖର ସାହୁ ଓ ବଡ଼ମ୍ବାର ବିଜୟ କମୁାର ଦଳବେହେରା ବିଜୟୀ ହୋଇଥିଲେ। ପୂ୍ର୍ବରୁ ଏହି ୩ ଜଣ ବିଜେପି ନେତା ଭାବେ ପରିଚିତ ଥିଲେ। ନିର୍ବାଚନରେ ଟିକେଟ ନପାଇବାରୁ ସ୍ବାଧୀନ ଭାବେ ନିର୍ବାଚନ ଳଢ଼ିଥିଲେ। ଏହି ୩ ବିଜୟୀ ସ୍ବାଧୀନ ବିଧାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗାଡ଼ିରେ ଯାତ୍ରା କରିଥିବାର ଦେଖିବାକୁ ମିଳିଛି।

ବର୍ତ୍ତମାନ ଭାରତୀୟ ଜନତା ପାର୍ଟିରେ ୭୮ ଜଣ ବିଧାୟକ ଥିବା ବେଳେ ଏହି ୩ ସ୍ବାଧୀନ ବିଧାୟକ ବିଜେପିକୁ ସମର୍ଥନ କରିବେ ବୋଲି ଘୋଷଣା କରି ସାରିଛନ୍ତି। ଯାହାଫଳରେ ବିଧାନସଭାରେ ବିଜେପିର ସଂଖ୍ୟା ୮୧ରେ ପହଁଞ୍ଚିଛି।

Leave A Reply

Your email address will not be published.