ବଡ଼ ଖବର: ଓଡ଼ିଶାରୁ ହଟିଲା ୫-ଟି ଓ ମୋ ସରକାର
ଓଏଲ୍ ବ୍ୟୁରୋ: ଆକ୍ସନ ମୁଡରେ ମୋହନ ସରକାର। ସରକାର ଗଠନ କରିବାର ଦିନକ ପରେ ରାଜ୍ୟରେ ଲାଗୁ ହୋଇଥିବା ୫-ଟି ଓ ମୋ ସରକାର ବ୍ୟବସ୍ଥାକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମଧ୍ୟ ୫-ଟି ବନ୍ଦ ହେବା ନେଇ ସୂଚନା ଦେଇଛନ୍ତି।
ରାଜ୍ୟରେ ନୂଆ ସରକାର ଆସିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ସମସ୍ତ ସରକାରୀ କାର୍ଯ୍ୟାଳୟରେ ୫-ଟି, ମୋ ସରକାରର ଲାଗିଥିବା ବ୍ୟାନର, ବୋର୍ଡ ହଟେଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।