Odisha Link
Bridging the Missing Links in Odisha

ପୁଣି କମାଲ କଲେ ନୀରଜ ଚୋପ୍ରା, ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ଓଏଲ୍‌ ବ୍ୟୁରୋ: ଇତିହାସ ରଚିଲେ ନୀରଜ ଚୋପ୍ରା। ଫିନଲ୍ୟାଣ୍ଡ୍ର ଟୁର୍କୁରେ ପାଭୋ ନୁର୍ମି କ୍ରୀଡ଼ାରେ ନୀରଜଙ୍କୁ ସ୍ୱର୍ଣ୍ଣ ପଦକ। ୨୬ ବର୍ଷୀୟ ନୀରଜ ଏକ ମାତ୍ର ଭାରତୀୟ ଭାବେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ତୃତୀୟ ପ୍ରୟାସରେ ସେ ଫିଙ୍ଗିଥିବା ୮୫.୯୭ ମିଟର୍ ତାଙ୍କୁ ଶୀର୍ଷରେ ରଖିଥିଲା। ଫିନ୍ଲାଣ୍ଡ୍ର ଟୋନି କିରାନେନ୍ ୮୪.୧୯ ମିଟର ରୌପ୍ୟ ପଦକ ଜିତିଥିବାବେଳେ ତାଙ୍କ ଦେଶର ପ୍ରତିଦ୍ୱନ୍ଦ୍ୱୀ ତଥା ଗତ ବର୍ଷର ବିଜେତା ଓଲିଭର୍ ହେଲାର୍ଣ୍ଡ ୮୩.୯୬ ମିନିଟ୍ ତୃତୀୟ ସ୍ଥାନରେ ରହିଛି। ଏହା ପରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ। ଦେଶ ପାଇଁ ଗର୍ବ ଆଣିଥିବାରୁ ନୀରଜ ଚୋପ୍ରା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

https://x.com/Naveen_Odisha/status/1803302402071863624