Odisha Link
Bridging the Missing Links in Odisha

କାଲି ସକାଳୁଆ ସ୍କୁଲ, ଶନିବାରଠୁ ସ୍ବାଭାବିକ ସମୟରେ ସ୍କୁଲ ଯିବେ ଛାତ୍ରଛାତ୍ରୀ

ଓଏଲ୍‌ ବ୍ୟୁରୋ: ଶେଷ ହୋଇଛି ଖରା ଛୁଟି। ଆଉ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ, ସ୍କୁଲ ଖୋଲିବାକୁ ସ୍ଥିର ହୋଇଥିଲା। ହେଲେ ତାହା ପରିବର୍ତନ କରି ସକାଳୁଆ ସ୍କୁଲ ଆରମ୍ଭ ହୋଇଥିଲା। ଯାହା ବର୍ତ୍ତମାନ ପରିବର୍ତ୍ତନ ହୋଇଛି। ଆସନ୍ତା ୨୨ ତାରିଖରୁ ସ୍ବାଭାବିକ ଭାବେ ସ୍କୁଲ ଯିବେ ଛାତ୍ରଛାତ୍ରୀ। କେବଳ କାଲି ଗୋଟିଏ ଦିନ ସକାଳୁଆ ସ୍କୁଲ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।