Odisha Link
Bridging the Missing Links in Odisha

ଜୁଲାଇ ୨୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜାରି ହେଲା ପରୀକ୍ଷା ସୂଚୀ

ଓଏଲ୍‌ ବ୍ୟୁରୋ: ଜୁଲାଇ ୨୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଏନେଇ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଯେଉଁ ଛାତ୍ରଛାତ୍ରୀ ମାନେ ମାଟ୍ରିକ ପରୀକ୍ଷାରେ ଫେଲ୍‌ ହୋଇଥିଲେ କିମ୍ବା କୌଣସି କାରଣରୁ ପରୀକ୍ଷା ଦେଇପାରିନଥିଲେ ସେମାନେ ପୁଣି ଥରେ ପରୀକ୍ଷା ଦେବାକୁ ସୁଯୋଗ ପାଇଛନ୍ତି। ଜୁଲାଇ ୨୨ରୁ ଆରମ୍ଭ ହୋଇ ଜୁଲାଇ ୩୧ରେ ଶେଷ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ପରୀକ୍ଷାର ତାରିଖ, ସମୟ ବୋର୍ଡ ପକ୍ଷରୁ ଜାରି କରାଯାଇଛି।