Odisha Link
Bridging the Missing Links in Odisha

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ମନୋଜ ଆହୁଜା

ଓଏଲ୍‌ ବ୍ୟୁରୋ: ଓଡ଼ିଶା ମିଳିଲେ ନୂଆ ମୁଖ୍ୟ ଶାସନ ସଚିବ। ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଆଜି ମନୋଜ ଆହୁଜା ଦାୟିତ୍ବ ଗ୍ରହଣ କରିଛନ୍ତି। ଆଜି ସେ ଲୋକସେବା ଭବନ ଯାଇ ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ମନୋଜ ଆହୁଜା ହେଉଛନ୍ତି ୧୯୯୦ ବ୍ୟାଚର ଆଇଏଏସ୍ ଅଫିସର୍।

ମନୋଜ ଆହୁଜା କେନ୍ଦ୍ରୀୟ ଡେପୁଟେସନରେ ଥିଲେ। ସେ କେନ୍ଦ୍ର କୃଷି ଓ କୃଷକ ସଶକ୍ତୀକରଣ ସଚିବ ଥିଲେ। ରାଜ୍ୟରେ ବିଜେପି ସରକାର ଆସିବା ପରେ କେନ୍ଦ୍ରୀୟ ଡେପୁଟେସନରେ ଥିବା ମନୋଜ ଆହୁଜାଙ୍କୁ ଓଡ଼ିଶା ଫେରାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ।ଏହା ପରେ ଶ୍ରୀ ଆହୁଜା ଭୁବନେଶ୍ୱର ଫେରିଥିଲେ। ଆଜି ସେ ବିଦାୟୀ ମୁଖ୍ୟ ଶାସନ ସଚିବଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।

୩୯ ବର୍ଷ ପରେ ଅଣ ଓଡ଼ିଆ ମୁଖ୍ୟ ଶାସନ ସଚିବ ଭାବେ ସେ ପ୍ରଥମଥର ଦାୟିତ୍ୱ ଗ୍ରହଣ କରିଛନ୍ତି। ୩୯ ବର୍ଷ ତଳେ ଗ୍ୟାନ ଚାନ୍ଦ ଜଣେ ଅଣ ଓଡ଼ିଆ ଭାବେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ। ସେ ୧୯୮୩ ଡିସେମ୍ବର ମାସରୁ ୧୯୮୫ ମସିହା ପର୍ଯ୍ୟନ୍ତ ଓଡ଼ିଶା ମୁଖ୍ୟ ଶାସନ ସଚିବ ଥିଲେ।