Odisha Link
Bridging the Missing Links in Odisha

ବଜେଟ୍‌ ୨୦୨୪: କ’ଣ ଶସ୍ତା ଓ କ’ଣ ମହଙ୍ଗା ହେବ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ ଉପସ୍ଥାପନ ବେଳେ ବଡ଼ ଘୋଷଣା କରିଛନ୍ତି ସୀତରମଣ। ତାଙ୍କ ଘୋଷଣା ଅନୁଯାୟର, ଆଗାମୀ ଦିନରେ ମହଙ୍ଗା ମାଡ଼ରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ।

କ’ଣ ଶସ୍ତା ଜାଣନ୍ତୁ:
ସୋଲାର ସେଲ ଓ ପ୍ୟାନେଲ ଉପରେ ସୀମା ଶୁଳ୍କ ଛାଡ଼
ସୁନା, ରୂପା ସୀମା ଶୁଳ୍କ ୬ ପ୍ରତିଶତକୁ ହ୍ରାସ
ପ୍ଲାଟିନମ ସୀମା ଶୁଳ୍କ ୬.୫ ପ୍ରତିଶତକୁ ହ୍ରାସ
୩ଟି କ୍ୟାନସର ଔଷଧରେ ସୀମା ଶୁଳ୍କ ଛାଡ଼
ଶସ୍ତା ହେବ ମୋବାଇଲ ଫୋନ ଓ ଚାର୍ଜର
ଚମଡ଼ା ଜୋତା ହେଲା ଶସ୍ତା।

କ’ଣ ମହଙ୍ଗା ଜାଣନ୍ତୁ:
ପ୍ଲାଷ୍ଟିକ ଜିନିଷ ମହଙ୍ଗା ହେବ। ଟେଲିକମ୍‌ରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ଜିନିଷ ମହଙ୍ଗା ହେବ। ପ୍ଲାଷ୍ଟିକରେ ନିର୍ମିତ ବସ୍ତୁ ମହଙ୍ଗା ହେବ।