Odisha Link
Bridging the Missing Links in Odisha

ଅଲିମ୍ପିକ୍ସ ୨୦୨୪: କ୍ବାର୍ଟର ଫାଇନାଲରେ ହାରିଲା ଭାରତୀୟ ତୀରନ୍ଦାଜୀ ଦଳ

ଓଏଲ୍‌ ବ୍ୟୁରୋ: ଆଉ ଏକ ପଦକ ଆଶା ମଉଳିଲା। ତୀରନ୍ଦାଜୀର କ୍ବାର୍ଟର ଫାଇନାଲ ମୁକାବିଲାରେ ହାରିଲା ଭାରତୀୟ ଦଳ। କ୍ବାର୍ଟର ଫାଇନାଲ ମୁକାବିଲାରେ ତୁର୍କୀଠୁ ହାରି ଅଲିମ୍ପିକ୍ସରୁ ବିଦାୟ ନେଲା ଭାରତ। ଏଥିସହିତ ତୀରନାନ୍ଦୀର ଟିମ୍‌ ଇଭେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଛି ତୁର୍କୀ ଦଳ।

ପ୍ରଥମ ସେଟ୍, ଦ୍ବିତୀୟ ସେଟ୍‌ରେ ତୁର୍କୀ ଦଳ ଭାରତୀୟ ଦଳକୁ ପଛରେ ପକାଇ ଥିଲା। ତୃତୀୟ ସେଟ୍‌ରେ ଭାରତ ତୁର୍କୀକୁ ପଛରେ ପକାଇ ଥିଲା। ସେହିପରି ୪ର୍ଥ ସେଟ୍‌ରେ ତୁର୍କୀ ଭାରତକୁ ପଛରେ ପକାଇ ସେମି ଫାଇନାଲରେ ପ୍ରବେଶ କରିଛି।