Odisha Link
Bridging the Missing Links in Odisha

କେଦାରନାଥରେ ପ୍ରକୃତିର ତାଣ୍ଡବ, ଚାଲିଗଲା ୧୦ ଜୀବନ

ଓଏଲ୍‌ ବ୍ୟୁରୋ: କେରଳ, ହିମାଚଳ ପ୍ରଦେଶ ପରେ ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଧସି ୧୦ ଜଣଙ୍କ ମୃତ୍ୟୁ ହୋଇଛି। ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ କେଦାରନାଥରେ ଭକ୍ତଙ୍କ ଯାତ୍ରା ବାଧାପ୍ରାପ୍ତ ହୋଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ସ୍ତିତି ଅନୁଧ୍ୟାନ କରିବା ସହ ସ୍ତିତି ସୁଧାରିବା ନେଇ ବୈଠକ କରିଛନ୍ତି। ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଅଧିକାରୀଙ୍କ ସହ କ୍ଷୟକ୍ଷତି ନେଇ ଆଲୋଚନା କରିବା ସହ ସ୍ତିତି ଅନୁଧ୍ୟାନ କରିଛନ୍ତି। ତେବେ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯିବା ନେଇ ସୂଚନା ଦେଇଛନ୍ତି।