Odisha Link
Bridging the Missing Links in Odisha

ଫୁଲୁଛି ମହାନଦୀ, ଭଟ୍ଟାରିକା ମନ୍ଦିର ବେଢ଼ାରେ ବନ୍ୟାଜଳ

ଓଏଲ୍‌ ବ୍ୟୁରୋ: ଫୁଲୁଛି ମହାନଦୀ। ଗତ ଦୁଇଦିନ ହେବ ଉପରେ ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ବନ୍ୟାଜଳ। ମହାନଦୀର ବନ୍ୟାଜଳ ଯଦିଓ ମାଙ୍କ ମନ୍ଦିର ବେଢାକୁ ଛୁଇଁଛି ତଥାପି ମାଙ୍କୁ ଜଳାସାୟୀ କରିପାରିନି। ସକାଳ ଠାରୁ ବନ୍ୟାଜଳ ବଢିବାରେ ଲାଗିଛି।

ବନ୍ୟାଜଳ ମା’ ଙ୍କୁ ଜଳାଶାୟୀ କରିବାକୁ ହେଲେ ଆହୁରି କିଛି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମା’ଙ୍କ ମନ୍ଦିର ପାଖରେ ଥିବା ରୋଷ ଘରକୁ ମାଙ୍କୁ ସ୍ଥାନାନ୍ତର କରାଯିବ। ସେଥିପାଇଁ ମା’ଙ୍କ ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି।