Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ପହଞ୍ଚିଲେ ମୋହନ ଭାଗବତ, ଆସନ୍ତାକାଲି କରିବେ ଶ୍ରୀଜିଉଙ୍କ ଦର୍ଶନ

ଓଏଲ୍‌ ବ୍ୟୁରୋ: ଆଜିଠୁ ୫ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସର ସଂଘ ଚାଳକ ଡ.ମୋହନ ଭାଗବତ। ବର୍ତ୍ତମାନ ଭୁବନେଶ୍ୱରରେ ପହଂଚିଥିବାବେଳେ ଆସନ୍ତାକାଲି ସେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି, ଅଗଷ୍ଟ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଅତ୍କଳ ଭାରତୀୟ ପ୍ରାନ୍ତ ସେବାପ୍ରମୁଖ ମାନଙ୍କର ବୈଠକ ପୁରୀ ଠାରେ ଅନୁଷ୍ଠିତ ହେବ। ଏହି ବୈଠକରେ ଡ.ମୋହନ ଭାଗବତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ସରସଂଘଚାଳକଙ୍କ ଏହି ପ୍ରବାସ ସମୟରେ କୌଣସି ସାଧାରଣ ସଭା ଅନୁଷ୍ଠିତ ହେବ ନାହିଁ। ଏବଂ ଅଗଷ୍ଟ ୧୨ ତାରିଖ ଦିନ ଓଡି଼ଶାରୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ରହିଛି।