Odisha Link
Bridging the Missing Links in Odisha

ସ୍ବାଧୀନତା ଦିବସରେ ଅଘଟଣ, ଜୀବନ୍ତ ଜଳିଗଲେ ଭାଇ-ଭଉଣୀ

ଓଏଲ୍‌ ବ୍ୟୁରୋ: ଆଜି ୭୮ ତମ ସ୍ବାଧୀନତା ଦିବସ ପାଳନ କରୁଛି ସାରା ଭାରତ। ଏସବୁ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଘରେ ନିଆଁ ଲାଗିଯିବାରୁ ଦୁଇଟି ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ପ୍ରାଥମିକ ସୂଚନା ମିଳିଛି। ଦୁଇ ଶିଶୁ ଘରେ ଥିବା ବେଳେ କୌଣସି କାରଣରୁ ସେଠାରେ ନିଆଁ ଲାଗିଯାଇଥିଲା। ଏଥିରେ ୧୧ ବର୍ଷର ଭଉଣୀ ୯ ବର୍ଷର ଭାଇ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ବାପାମା’ ବାହାରେ କୌଣସି କାମ କରୁଥିବା ବେଳେ ଭାଇଭଉଣୀ ଘରେ ଥିଲେ। ଏହି ସମୟରେ ଘରେ ନିଆଁ ଲାଗିଯାଇଥିଲା। ଭାଇଭଉଣୀଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକେ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା। ସେତେବେଳକୁ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା। ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।