Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ, ୫ଟି ସ୍ଥାନରେ ଚାଲିଛି ଚଢ଼ାଉ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ସ୍କାନରରେ ସରକାର ବାବୁ। ଜଣକ ପରେ ଜଣେ ଅଧିକାରୀ ଭିଜିଲାନ୍ସ ପଞ୍ଝାରେ ପଡ଼ୁଛନ୍ତି। କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଘରେ ସକାଳୁ ସକାଳୁ ଚଢାଉ କରିଛି ଭିଜିଲାନ୍ସ ଟିମ୍। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାକାଳୀନ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ।

ପ୍ରଦୀପଙ୍କ କଟକ ନୂଆପଡ଼ାରେ ଥିବା ପୈତୃକ ଘର ସମେତ କଟକ ମଧୁପାଟଣାରେ ଥିବା ଘର,ଭୁବନେଶ୍ୱର ଲିଙ୍ଗିପୁରରେ ଥିବା ୨ ମହଲା କୋଠା, କଟକ କଲ୍ୟାଣପୁରରେ ଥିବା ସମ୍ପର୍କୀୟ ଘର ଓ କେନ୍ଦ୍ରାପଡ଼ାଥିବା ଘର ଓ ଅଫିସରେ ଚଢ଼ାଉ କରାଯାଇଛି।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ୪ ଜଣ ଡିଏସପି, ଜଣେ ଏଏସ୍ କମାଣ୍ଡାଣ୍ଟ, ୫ ଜଣ ଇନ୍ସପେକ୍ଟର ଓ ଅନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ୫ଟି ସ୍ଥାନରେ ଚଢଉ ହୋଇଛି। ଭିଜିଲାନ୍ସ ପକ୍ଷରୁ ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଭୁବନେଶ୍ୱର, କେନ୍ଦ୍ରାପଡ଼ା, କଟକ କଲ୍ୟାଣୀନଗର ସମେତ ୫ ଜାଗାରେ ରେଡ୍ ଚାଲିଛି।