Odisha Link
Bridging the Missing Links in Odisha

ବିଲରେ ଓଲଟିଲା ବସ୍‌, ୨୦ ଗୁରୁତର

ଓଏଲ୍‌ ବ୍ୟୁରୋ: ବିଲରେ ଓଲଟିଲା ଯାତ୍ରିବାହୀ ବସ୍। ଏହି ଦୁର୍ଘ‌ଟଣାରେ ୨୦ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ଆଜି ସକାଳେ ଭଦ୍ରକ ଜିଲ୍ଲା ରାଣୀତାଲ ନିକଟରେ ଘଟିଛି।

‘ଜୟ ରଘୁନାଥ’ ନାମକ ଏକ ଘରୋଇ ବସ୍‌ ଉଦଳାରୁ ଭଦ୍ରକ ଅଭିମୁଖେ ଯାଉଥିଲା। ମାତ୍ର ଗାଡ଼ିଟି ରାଣିତାଲ ନିକଟରେ ହୋଇଥିବା ବେଳେ ସମ୍ମୁଖରୁ ଦ୍ରୁତ ଗତିରେ ଏକ ବାଇକ୍‌ ଚାଲି ଆସିଥିଲା। ଉକ୍ତ ସମୟରେ ବସ୍‌ଟିର ବେଗ୍‌ ବି ଅଧିକ ଥିବା ବେଳେ ଡ୍ରାଇଭର ତାହାକୁ ନିୟନ୍ତ୍ରଣ କରି ପାରି ନ ଥିଲେ। ଫଳରେ ଗାଡ଼ିଟି ବିଲରେ ପଶି ଓଲଟି ଯାଇଥିଲା।

ଦୁର୍ଘଟଣାରେ ପ୍ରାୟ ୨୦ ଯାତ୍ରୀ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ଆମ୍ବୁଲାନ୍ସ ଯୋଗେ ରାଣୀତାଲ ମେଡିକାଲରେ ଭର୍ତ୍ତି କରିଛନ୍ତି।