Odisha Link
Bridging the Missing Links in Odisha

ମହିଳା ଡାକ୍ତର ହତ୍ୟାକୁ ନେଇ ଚାଲିଛି ତଦନ୍ତ, ପଲିଗ୍ରାଫ ଟେଷ୍ଟ କହିବ ମୃତ୍ୟୁର ରହସ୍ୟ!

ଓଏଲ୍‌ ବ୍ୟୁରୋ: କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ପ୍ରତି ଅତ୍ୟାଚାର ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ଅବଧି ମଧ୍ୟରେ ପଶ୍ଚିମବଙ୍ଗ ସରକାରଙ୍କୁ ଅବହେଳା ପାଇଁ କଠୋର ତାଗିଦ କରାଯାଇଥିଲା। ଏହି ଘଟଣାରେ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲା ଅଭିଯୁକ୍ତ ସଞ୍ଜୟ ରାୟ। ଏହା ସହ ସେ ପଲିଗ୍ରାଫ ଟେଷ୍ଟ ପାଇଁ ସହମତି ପ୍ରକାଶ କରିଛି।

ସୂଚନା ଅନୁସାରେ, ଅଗଷ୍ଟ ୯ ତାରିଖରେ କୋଲକାତାର ଆର୍‌ଜି କର ହସ୍ପିଟାଲର ସେମିନାର ହଲ୍‌ରେ ଜଣେ ମହିଳା ଡାକ୍ତରଙ୍କ ସହ ନୃଶଂସ ଘଟଣା ଘଟିଥିଲା। ହସ୍ପିଟାଲରେ ଡ୍ୟୁଟିରେ ନିୟୋଜିତ ଥିବା ଜଣେ ଗ୍ରାଜୁଏଟ୍‌ ରେସିଡାଣ୍ଟ ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇଥିଲା। ସେମିନାର ହଲରେ ତାଙ୍କୁ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ନିକଟକୁ ନିଆଯାଇଥିଲା, କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରି ସାରିଛି।