Odisha Link
Bridging the Missing Links in Odisha

ଭବିଷ୍ୟତ ପାଇଁ ପ୍ରେରଣାଦାୟୀ ଦିନଟିଏ, ଦେଶ ପାଳୁଛି ଜାତୀୟ ମହାକାଶ ଦିବସ

ଓଏଲ୍‌ ବ୍ୟୁରୋ: ସାରା ଦେଶ ପାଳୁଛି ପ୍ରଥମ ଜାତୀୟ ମହାକାଶ ଦିବସ। ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍‌ରେ ବର୍ଣ୍ଣାଢ୍ୟ ଉତ୍ସବ ଆୟୋଜିତ ହୋଇଛି। ମହାକାଶ ପ୍ରଯୁକ୍ତିବିଦ୍ୟାକୁ ନେଇ ଆୟୋଜିତ ପ୍ରଦର୍ଶନୀ ବୁଲି ଦେଖିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।। ଚନ୍ଦ୍ରପୃଷ୍ଠରେ ଏକ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ଗତବର୍ଷଠାରୁ ବିଶ୍ୱର ଚତୁର୍ଥ ଦେଶ ଭାବେ ପରିଗଣିତ ହୋଇଛି। ଭାରତୀୟ ସ୍ପେସ୍‌ ଏଜେନ୍ସି (ISRO) ଗତବର୍ଷ ୨୩ ଅଗଷ୍ଟ ୨୦୨୩ରେ ଏହି ରେକର୍ଡ ସୃଷ୍ଟି କରିଥିଲା। ଯେତେବେଳେ ଚନ୍ଦ୍ରାୟନ-୩ ଚନ୍ଦ୍ରର ସାଉଥ୍‌ ପୋଲ୍‌ରେ ଏକ ସଫ୍ଟ ଲ୍ୟାଣ୍ଡିଂ କରିଥିଲା ସେତେବେଳେ ସମଗ୍ର ବିଶ୍ୱର ନଜର ଇସ୍ରୋ ଉପରେ ଥିଲା।

ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଉଲ୍ଲେଖନୀୟ ସଫଳତାକୁ ଚିହ୍ନିବା ଏବଂ ସମ୍ମାନ ଦେବା ପାଇଁ ଭାରତରେ ଜାତୀୟ ମହାକାଶ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିବର୍ଷ ୨୩ ଅଗଷ୍ଟକୁ ଜାତୀୟ ମହାକାଶ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ। ତେବେ ଭାରତ ଚଳିତବର୍ଷ ଏହାର ପ୍ରଥମ ଜାତୀୟ ମହାକାଶ ଦିବସ ଅଗଷ୍ଟ ୨୩ ଅର୍ଥାତ୍‌ ଶୁକ୍ରବାର ପାଳନ କରୁଛି। ଚଳିତବର୍ଷ ଜାତୀୟ ସ୍ପେସ୍‌ ଡେ’ ୨୦୨୪ ଥିମ୍‌ ହେଉଛି ‘ଚନ୍ଦ୍ରର ସ୍ପର୍ଶ ସହିତ ଜୀବନ ଅନୁଭୂତି।’ ଯାହା ସମାଜ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ମହାକାଶ ଅନୁସନ୍ଧାନର ମହତ୍ତ୍ୱପୂର୍ଣ୍ଣ ପ୍ରଭାବକୁ ପ୍ରକାଶ କରିବ।

Leave A Reply

Your email address will not be published.