Odisha Link
Bridging the Missing Links in Odisha

ବ୍ଲାର୍ଡ ଫ୍ଲୁ ଓ ମଙ୍କିପକ୍ସ ଆତଙ୍କ, କଟକ ଏସ୍‌ସିବିରେ ସତର୍କତା

ଓଏଲ୍‌ ବ୍ୟୁରୋ: ପୁରୀ ଜିଲ୍ଲାରେ କୁକୁଡ଼ାର ହବ କୁହାଯାଉ ଥିବା ପିପିଲିରେ ବାର୍ଡ ଫ୍ଲୁ ଚିନ୍ତାର କାରଣ ପାଲଟିଛି। ମଣିଷ ଦେହରେ ବାର୍ଡ ଫ୍ଲୁ ବ୍ୟାପିଥିବା ସନ୍ଦେହ କରାଯାଉଛି। ପୁରୀ ଜିଲ୍ଲା ମଙ୍ଗଳପୁରରେ ଜଣେ ବ୍ୟକ୍ତିଙ୍କୁ ବାର୍ଡ ଫ୍ଲୁ ଆକ୍ରାନ୍ତ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଥିବା ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।

କେବଳ ବ୍ଲାର୍ଡ ଫ୍ଲୁ ନୁହେଁ ମଙ୍କିପକ୍ସ ମଧ୍ୟ ଏବେ ଚିନ୍ତାର କାରଣ ପାଲଟିଛି। ଏଥିପାଇଁ ଏସ୍‌ସିବିରେ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ନିଆଯାଉଛି। ଉଭୟ ରୋଗର ସଂକ୍ରମିତଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତି କରାଯାଉଛି। ଏସ୍‌ସିବିରେ ସ୍ବତନ୍ତ୍ର ଆଇସିୟୁ ଓ ସ୍ବତନ୍ତ୍ର ବେଡ ପ୍ରସ୍ତୁତ କରାଯାଇଛି। ୪ଟି ଆଇସିୟୁ ଓ ୨୦ଟି ସାଧାରଣ ବେଡ ପ୍ରସ୍ତୁତି କରାଯାଉଛି। କୌଣସି ରୋଗୀ ଆସିଲେ ଏସ୍‌ସିବି ସମ୍ପୂର୍ଣ୍ଣ ପ୍ରସ୍ତୁତ କର୍ତ୍ତୃପକ୍ଷ କହିଛନ୍ତି।