Odisha Link
Bridging the Missing Links in Odisha

ବାକି ଖାତାରେ ୨୭୨୩ କୋଟି ଜରିମାନା, ଠକୁଛନ୍ତି ୨୩ ଖଣି ମାଲିକ

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ଅଷ୍ଟମ ଦିବସ। ବିଧାନସଭା ଅଧିବେଶନର ଅଷ୍ଟମ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିବାବେଳେ କିଛି ସମୟ ପରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଏସବୁ ଭିତରେ ସାରଦା ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ବିଭୁତି ଜେନା ଉତ୍ତର ରଖିଛନ୍ତି। ସେ କହିଛନ୍ତି, ୨୩ ଖଣି ମାଲିକଙ୍କ ଠାରୁ ୨୭୨୩ କୋଟି ଜରିମାନା ବାକି ପଡ଼ିଛି। ବର୍ତ୍ତମାନ ସୁଦ୍ଧା ୨୭୨୩ କୋଟି ଟଙ୍କାର ଜରିମାନା ବାକି ପଡ଼ିଛି। ଖଣି ମାଲିକଙ୍କ ବିରୋଧରେ ସାର୍ଟିଫିକେଟ କେସ ଦାୟର କରାଯାଇଛି। ଶାହ କମିଶନଙ୍କ ତଦନ୍ତ ପରେ ଫାଇନ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ।