Odisha Link
Bridging the Missing Links in Odisha

ବଡ଼ ଖବର: ୫ ଦିନ ପାଇଁ ଅନଲାଇନ୍ ପାସପୋର୍ଟ ପୋର୍ଟାଲ ବନ୍ଦ

ଓଏଲ୍‌ ବ୍ୟୁରୋ: ଅନଲାଇନ୍ ପାସପୋର୍ଟ ପୋର୍ଟାଲକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଆଗାମୀ ୫ ଦିନ ପାଇଁ ଅନଲାଇନ୍ ପାସପୋର୍ଟ ପୋର୍ଟାଲରେ କୌଣସି କାର୍ଯ୍ୟ ହେବ ନାହିଁ। ପାସପୋର୍ଟ ସେବା ପୋର୍ଟାଲର ସୂଚନା ଅନୁଯାୟୀ, ବୈଷୟିକ ମେଣ୍ଟେନାସ୍ ପାଇଁ ଅଗଷ୍ଟ ୨୯ ତାରିଖ ରାତି ୮ଟାରୁ ସେପ୍ଟେମ୍ବର ୨ ତାରିଖ ସକାଳ ୬ ଯାଏଁ ପୋର୍ଟାଲ ସମ୍ପୂର୍ଣ୍ଣ ବନ୍ଦ ରହିବ। ଫଳରେ ଏହି ସମୟ ମଧ୍ୟରେ କୌଣସି ନୂତନ ଆବେଦନ କିମ୍ବା ପୂର୍ବରୁ ବୁକ୍ ହୋଇଥିବା ଆପଏଣ୍ଟମେଣ୍ଟ ଗୁଡିକରେ କାମ ହେବ ନାହିଁ। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୨ ମଧ୍ୟରେ ଯେଉଁ ଆବେଦନକାରୀଙ୍କ ଆପଏଣ୍ଟମେଣ୍ଟ ଅଛି ସେମାନଙ୍କୁ ପୁଣି ଏକ ନୂଆ ତାରିଖ ନେବାକୁ ପଡିବ। ତେବେ ସେବା ବନ୍ଦ ହେବାର ପ୍ରଭାବ ପାସପୋର୍ଟ ସେବା କେନ୍ଦ୍ର, ସ୍ଥାନୀୟ ପାସପୋର୍ଟ କାର୍ଯ୍ୟାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ମଧ୍ୟ ପଡିବ ବୋଲି ସ୍ପଷ୍ଟ ଜଣା ପଡିଛି।