Odisha Link
Bridging the Missing Links in Odisha

ରାଜ୍ୟରେ ଖାଲିପଡ଼ିଛି ୨ ଲକ୍ଷରୁ ଅଧିକ ପଦବୀ, ଜାଣନ୍ତୁ ଗୃହରେ କ’ଣ କହିଲେ ମୁଖ୍ୟମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ଏକାଦଶ କାର୍ଯ୍ୟ ଦିବସ। ଗୃହ କାର୍ଯ୍ୟ ଆରମ୍ଭରୁ ଅଶ୍ବିନୀ ଗୁରୁଙ୍କ ପରଲୋକରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହା ପରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନୋତ୍ତର ଆରମ୍ଭ ହୋଇଥିବାବେଳେ ବିଧାନସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା।

ଏସବୁ ଭିତରେ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ ଲକ୍ଷ ୫ ହଜାର ପଦବୀ ଖାଲି ପଡ଼ିଛି। ରାଜ୍ୟରେ ମଂଜୁରୀପ୍ରାପ୍ତ ମୋଟ କର୍ମଚାରୀ ସଂଖ୍ୟା ୫ ଲକ୍ଷ ୯୬ ହଜାର। ବିଭାଗୱାରୀ ଖାଲି ପଡ଼ିଥିବା ମୋଟ ପଦବୀ ସଂଖ୍ୟା ୨ ଲକ୍ଷ ୫ ହଜାର।

ସୂଚନା ଅନୁସାରେ, ବିଧାନସଭା ଅଧିବେଶନର ଚତୁର୍ଥ ଦିନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ସ୍ବାଇଁ କହିଥିଲେ, ଜାତୀୟ ସ୍ତରଠାରୁ ଓଡ଼ିଶାର ବେକାରୀ ହାର ଅଧିକ। ଜାତୀୟସ୍ତରରେ ୩.୨ ପ୍ରତିଶତ ହୋଇଥିବାବେଳେ ଓଡ଼ିଶାରେ ବେକାରୀ ହାର ୩.୯ ପ୍ରତିଶତ ଛୁଇଁଛି। ଏହି ତାଲିକାରେ ଦେଶର ୨୧ନଂରେ ଓଡ଼ିଶା ରହିଥିବାବେଳେ ସହରାଞ୍ଚଳ ସ୍ଥିତି ଅଧିକ ସଙ୍ଗୀନ ହୋଇପଡିଛି। ଗ୍ରାମାଞ୍ଚଳରେ ବେକାରୀ ହାର ୩.୬ ପ୍ରତିଶତ ହୋଇଥିବାବେଳେ ସହରାଞ୍ଚଳରେ ୬.୨ ପ୍ରତିଶତ ଛୁଇଁଛି। ୧୧ ଲକ୍ଷ ୪ ହଜାର ୨୩୭ ଜଣ ପଞ୍ଜୀକରଣ କରିଛନ୍ତି। ୧୦ ବର୍ଷରେ ମାତ୍ର ୮୪୦୧ ଜଣ ନିଯୁକ୍ତି ପାଇଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ସ୍ବାଇଁ ଗୃହରେ ଉତ୍ତର ରଖିଥିଲେ।

Leave A Reply

Your email address will not be published.