Odisha Link
Bridging the Missing Links in Odisha

ଅକ୍ଟୋବର ପହିଲା ପୂର୍ବରୁ ମିଳିବ ନୂଆ ରାସନ କାର୍ଡ

ଓଏଲ୍‌ ବ୍ୟୁରୋ: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ଆଜି ତ୍ରୟୋଦଶ ଦିବସ। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ରାସନ୍‌ କାର୍ଡ ଆବେଦନକାରୀଙ୍କ ପାଇଁ ଖୁସି ଖବର ଆସିଛି। ସେପ୍ଟେମ୍ବର ସୁଦ୍ଧା ଲାଭାର୍ଥୀଙ୍କୁ ମିଳିବ ନୂଆ ରାସନ କାର୍ଡ। ଏବେ ନୂଆ କାର୍ଡ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ନୂଆ ରାସନ କାର୍ଡ ପାଇଁ ଏବେସୁଦ୍ଧା ୧୦ ଲକ୍ଷ ଆବେଦନ କରିଛନ୍ତି। ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।