ରାଜ୍ୟସଭା ସାଂସଦ ପଦ ଛାଡ଼ିଲେ ସୁଜିତ କୁମାର

ଓଏଲ୍ ବ୍ୟୁରୋ: ରାଜ୍ୟସଭା ସାଂସଦରୁ ପୂର୍ବତନ ସାଂସଦ ହେଲେ ସୁଜିତ କୁମାର। ମମତା ମହନ୍ତଙ୍କ ପରେ ଓଡ଼ିଶାର ଦ୍ବିତୀୟ ରାଜ୍ୟସଭା ସାଂସଦ ଭାବେ ଇସ୍ତଫା ଦେଲେ ସୁଜିତ। ରାଜ୍ୟସଭା ଚେୟାରମ୍ୟାନଙ୍କୁ ପଠାଇଛନ୍ତି ଇସ୍ତଫା ପତ୍ର। ଅନ୍ୟପଟେ ଦଳ ବିରୋଧୀ କାର୍ଯ୍ୟକ୍ରମ ଯୋଗୁଁ ସୁଜିତ କୁମାରଙ୍କୁ ବିଜୁ ଜନତା ଦଳରୁ ବହିଷ୍କୃତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ସୂଚନା ଅନୁସାରେ, ଆଜି ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ହେଲେ ଦଳ ଛାଡ଼ିବା କଥା କିଛି ଉଲ୍ଲେଖ କରି ନଥିଲେ। ରାଜ୍ୟସଭା ପଦରୁ ଇସ୍ତଫା ଦେବାର କିଛି ମିନିଟ ପରେ ପରେ ତାଙ୍କୁ ଦଳରୁ ବିଦା କରିଛନ୍ତି ନବୀନ। ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ କାର୍ଯ୍ୟକାଳ ୨୦୨୬ ମସିହା ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଥିଲା। ହେଲେ ଏହା ପୂର୍ବରୁ ରାଜ୍ୟସଭା ପଦ ଛାଡ଼ିବା ନେଇ ଚର୍ଚ୍ଚା ଲାଗି ରହିଥିଲା।