ସରକାର ନେଲେ ବଡ଼ ପଦକ୍ଷେପ, ୨ଦିନ ପାଇଁ ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ
ଓଏଲ୍ ବ୍ୟୁରୋ: କିଛି ମାସ ଶାନ୍ତ ରହିବା ପରେ ଏବେ ପୁଣିଥରେ ଅଶାନ୍ତ ହୋଇଛି ମଣିପୁର। ପୁଣିଥରେ ମଣିପୁର ହିଂସାର ବହ୍ନି ଜଳିବାରେ ଲାଗିଛି। ଦିନକୁ ଦିନ ଅତି ଭୟଙ୍କର ହେବାରେ ଲାଗିଛି ମଣିପୁର ହିଂସା କିଛିଦିନର ନିରବତା ପରେ ୧୦ ଦିନ ହେଲା କୁକି ଉଗ୍ରପନ୍ଥୀମାନେ ପୁଣି ସକ୍ରିୟ ହୋଇଉଠିଛନ୍ତି। ଯାହାକୁ ନଜରରେ ରଖି ମଣିପୁର ସରକାର ସାରା ରାଜ୍ୟରେ ଆଗାମୀ ୫ଦିନ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସୁବିଧା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଆଗାମୀ ଦୁଇ ଦିନ ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ବଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର।
କିଛିଦିନ ହେବ ମଣିପୁର ହିଂସାରେ ଡ୍ରୋନର ବ୍ୟବହାର କରାଯାଉଥିବା ନଜରି ମଧ୍ୟ ରହିଛି। ଏପର୍ଯ୍ୟନ୍ତ ଅନେକ ଲୋକ ଆହାତ ମଧ୍ୟ ହୋଇ ସାରିଲେଣି। ଅନ୍ୟପଟେ ଛାତ୍ର ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି ଯାହାକୁ ନଜରରେ ରଖି ବିରେନ ସରକାର ସମଗ୍ର ରାଜ୍ୟରେ ଇଣ୍ଟରେନଟ୍ ସୁବିଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାିଛି ଯେ ଦଙ୍ଗା ସୃଷ୍ଟିକାରୀ ଭାଷଣ, ଭିଡିଓ, ଫଟୋର ପ୍ରସାର ସୋସିଆଲ ମିଡିଆରେ କରାଯାଉଛି। ଯାହାକୁ ରୋକିବା ପାଇଁ ସରକାରଙ୍କ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
ପିଟିଆଇ ରିପୋର୍ଟ ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ ସମଗ୍ର ମଣିପୁରରେ ସେପ୍ଟେମ୍ବର ୧୦ ଅପରାହ୍ନ ୩ଟାରୁ ସେପ୍ଟେମ୍ବର ୧୫ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ସେପ୍ଟେମ୍ବର ୧୧ ଓ ୧୨ ତାରିଖ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ସୂଚନାଥାଉକି, ୬ ତାରିଖରେ ମୋଇରାଙ୍ଗ ସହରରେ ରକେଟ୍ ଚାଳିତ ବୋମା ବିସ୍ଫୋରଣରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା