Odisha Link
Bridging the Missing Links in Odisha

ମଦ ଦୁର୍ନୀତି ମାମଲା: କେଜ୍ରିୱାଲଙ୍କୁ ମିଳିଲା ଜାମିନ

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମ ଆଶ୍ବସ୍ତି ମିଳିଛି। ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରାଯାଇଛି। ଜାମିନ ମିଳିଥିବାବେଳେ ତାଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ନିର୍ଦ୍ଦେଶ ଅନୁସାରେ, ଅରବିନ୍ଦ କେଜ୍ରିୱାଲ ଅଫିସ ଯାଇପାରିବେନି ଏବଂ କୌଣସି ଟିପ୍ପଣୀ ଦେଇପାରିବେନି। ତେବେ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ତେବେ ଆଜି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ବଡ ରାୟ ଦେଇଛନ୍ତି। ୧୫୬ ଦିନ ପରେ ଜେଲରୁ ମୁକୁଳିବେ ଅରବିନ୍ଦ କେଜ୍ରିୱାଲ।